ହ୍ୟାଟ୍ରିକ ଶତକ ମାରିବାରେ କୋହଲି ପ୍ରଥମ ଅଧିନାୟକ


ନୂଆଦିଲ୍ଲୀ,୨।୧୨- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡର ଅଧିକରୀ ହୋଇଛନ୍ତି। ସେ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ୩ୟ ତଥା ଅନ୍ତିମ ଟେଷ୍ଟରେ ଶତକ ଅର୍ଜନ କରି ବିଶ୍ୱରେ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଅନ୍ତର୍ଜାତୀୟ ଅଧିନାୟକ ଭାବେ ହ୍ୟାଟ୍ରିକ ଶତକ ମାରିଛନ୍ତି। ସେ କଲିକତା ଟେଷ୍ଟରେ ୧୦୪ ରନ୍‌ କରିବା ପରେ ନାଗପୁରଠାରେ ୨୧୩ ରନ୍‌ କରିଥିଲେ। ସ୍ଥାନୀୟ ଫିରୋଜ ଶାହ କୋଟଲାଠାରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଶତକ ଅର୍ଜନ କରି ଏହି ସଫଳତା ପାଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୧ତମ ଶତକ। ସେହିଭଳି ଚଳିତ ସିଜନରେ ଏହା ତାଙ୍କର ୧୧ତମ ଶତକ। ସେ ବର୍ତ୍ତମାନ ଗୋଟିଏ ସିଜନରେ ସର୍ବାଧିକ ଶତକ ମାରିଥିବା ଖେଳାଳିଙ୍କ ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି। ଏକମାତ୍ର ଖେଳାଳି ଭାବେ ସଚିନ ତେନ୍ଦୁଲକର ୧୨ଟି ଶତକ ମାରିଥିଲେ। ଏଥିସହ ସେ ନିଜ କ୍ୟାରିୟରରେ ୫୦୦୦ ରନ୍‌ ପୂରଣ କରିଛନ୍ତି। ତାଙ୍କୁ ୫୦୦୦ ରନ୍‌ ପୂରଣ କରିବା ପାଇଁ ଏହି ଇନିଂସ୍‌ରେ ମାତ୍ର ୨୫ ରନ୍‌ର ଆବଶ୍ୟକତା ଥିଲା। କିନ୍ତୁ ସେ ଏହି ମ୍ୟାଚ୍‌ରେ ଶତକ ଅର୍ଜନ କରି ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିଥିଲେ। କୋହଲି ଦେଶର ୧୧ତମ ବ୍ୟାଟ୍ସମ୍ୟାନ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ସଫଳତା ତାଙ୍କୁ ୧୦୫ତମ ଇଂନିସରେ ମିଳିଛି। ସେ ୪ର୍ଥ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ତାଙ୍କ ଠାରୁ ସୁନୀଲ ଗାଭାସ୍କର (୯୫), ବୀରେନ୍ଦ୍ର ସେହ୍ବାଗ (୯୯) ଓ ସଚିନ ତେନ୍ଦୁଲକର (୧୦୩) ଅଳ୍ପ ଇନିଂସ୍‌ ଖେଳି ଏହି ମାଇଲଷ୍ଟୋନ ଛୁଇଁଥିଲେ। କୋହଲି ନିଜ ସମୟ ସାମୟିକ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ସହ ମିଳିତ ୨ୟ ସ୍ଥାନରେ ରହିଛନ୍ତି। ତାଲିକା ଶୀର୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ରହିଛନ୍ତି ଷ୍ଟିଭ ସ୍ମିଥ। ସେ ୯୭ଟି ଇନିଂସ୍‌ରେ ୫,୦୦୦ ରନ୍‌ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଖୁବ କମ୍‌ ଇନିଂସ୍‌ରେ ୫୦୦୦ ରନ୍‌ ସ୍କୋର କରିବାର ରେକର୍ଡ ସାର ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ସେ ମାତ୍ର ୫୬ଟି ଇନିଂସ୍‌ରେ ଏହି କାରନାମ କରିଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri