ଜୋକୋଭିଚ୍‌ଙ୍କ କୋଚିଂ ଟିମ୍‌ରେ ଷ୍ଟେପାନେକ


ପ୍ୟାରିସ୍‌, ୧।୧୨(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କ କୋଚିଂ ଦଳରେ ଯୋଗ ଦେଇଛନ୍ତି ରାଡେକ ଷ୍ଟେପାନେକ। ସେ ଆଣ୍ଡ୍ରେ ଅଗାସିଙ୍କ ସହ ମିଶି ସର୍ଭିଆ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ। ଏହି ଦୁଇ ପୂର୍ବତନ ଖେଳାଳି ଜୋକୋଭିଚ୍‌ଙ୍କ ପୂର୍ବତନ କୋଚ ବୋରିସ ବେକର ଓ ମାରିଆନ ଭାଜଦାଙ୍କ ସ୍ଥାନ ନେଇଛନ୍ତି। ଏ ନେଇ ଶୁକ୍ରବାର ଜୋକୋଭିଚ୍‌ ସୂଚନା ଦେଇଛନ୍ତି। ଗତବର୍ଷ ବେକରଙ୍କ ସହ ୧୨ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ସମ୍ପର୍କ ଛିନ୍ନ କରିଥିଲେ। ବେକର ଓ ଭାଜଦା ଦୀର୍ଘ ୭ ବର୍ଷ ଧରି ଜୋକୋଭିଚ୍‌ଙ୍କ ପ୍ରଶିକ୍ଷଣ ଦାୟିତ୍ୱରେ ଥିଲେ। ”ଅଳ୍ପ କିଛି ଦିନ ତଳେ ମୁଁ ଓ ଷ୍ଟେପାନେକ କୋର୍ଟର ଉଭୟ ପାର୍ଶ୍ୱରେ ପରସ୍ପର ବିପକ୍ଷରେ ଖେଳୁଥିଲୁ। ଏବେ ମିଳିତ ରୂପେ ସଫଳତା ହାସଲ କରିବା ଆମର ଲକ୍ଷ୍ୟ“ ଥିବା ଜୋକୋଭିଚ୍‌ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି। ଚେକ୍‌ ଗଣତନ୍ତ୍ରର ପୂର୍ବତନ ଖେଳାଳି ଷ୍ଟେପାନେକ ଗତ ୨ ସପ୍ତାହ ତଳେ ଅନ୍ତର୍ଜାତୀୟ ଟେନିସ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ଗତ ଜୁଲାଇରୁ କୋର୍ଟକୁ ଓହ୍ଲାଇନଥିବାରୁ ତାଙ୍କ ମାନ୍ୟତା ୧୨ତମ ସ୍ଥାନକୁ ଖସିଛି। ଆହତ ସମସ୍ୟା କାରଣରୁ ଅଧା ସିଜନରୁ ବାଦ୍‌ ପଡ଼ିବା ପରେ ସେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଆବୁଧାବିଠାରେ ହେବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri