ସନ୍ଧ୍ୟା ୭ରୁ ଆରମ୍ଭ ହୋଇପାରେ ଆଇପିଏଲ୍‌ ମ୍ୟାଚ୍‌


ବମ୍ବେ, ୩୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନ୍ଧ୍ୟାବେଳେ ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକ ଆସନ୍ତା ସିଜନରୁ ୭ଟାରୁ ଆରମ୍ଭ ହୋଇପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରସ୍ତାବକୁ ଯଦି ଟେଲିଭିଜନ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋଟର୍‌ସ ସବୁଜ ସଙ୍କେତ ପ୍ରଦାନ କରେ ତେବେ ମ୍ୟାଚ୍‌ ୮ଟା ପରିବର୍ତ୍ତେ ଏକ ଘଣ୍ଟା ପୂର୍ବରୁ ଅନୁଷ୍ଠିତ ହେବ। ନିକଟରେ ଅନୁଷ୍ଠିତ ଆଇପିଏଲ୍‌ର ଜେନେରାଲ କାଉନସିଲ ବୈଠକରେ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଲା ପ୍ରଥମେ ଏହି ପ୍ରସ୍ତାବ ଆଣିଥିଲେ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଶୁକ୍ଲା କହିଥିଲେ, ଏହା ଏକ ବିଚାର ଅଟେ ଏବଂ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି। କିନ୍ତୁ ପ୍ରଥମେ ଆମକୁ ପ୍ରସାରଣକାରୀ ସଂସ୍ଥା ସହ ଆଲୋଚନା କରି ତାଙ୍କ ଅନୁମତି ଆଣିବାକୁ ପଡ଼ିବ। ଏପରି ଅନେକ ଗ୍ରାଉଣ୍ଡ ରହିଛି ଯେଉଁଠାରେ ଗମନାଗମନ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ତ ଇସ୍ୟୁଗୁଡ଼ିକ ଉପରେ ଆଲୋଚନା ହୋଇଛି ଏବଂ ସେଥିଲାଗି ମ୍ୟାଚ୍‌ ଶୀଘ୍ର ଆରମ୍ଭ କରିବା ଲକ୍ଷ୍ୟରେ ରହିଛୁ ବୋଲି ରାଜୀବ ଏହି ଅବସରରେ ପ୍ରକାଶ କରିଛନ୍ତି। ଗତବର୍ଷ ଆଇପିଏଲ୍‌ର ଏଲିମିନେଟର ପର୍ଯ୍ୟାୟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ରାତି ୧.୪୫ରେ ଶେଷ ହୋଇଥିଲା। ୬ ଓଭର ବିଶିଷ୍ଟ ଏହି ମ୍ୟାଚରେ ୪୮ ରନର ଲକ୍ଷ୍ୟକୁ କେକେଆର୍‌ ହାସଲ କରିନେଇଥିଲା। ମ୍ୟାଚ୍‌ରେ କେକେଆର୍‌ ଇନିଂସ ରାତି ୧ଟାରୁ ଆରମ୍ଭ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri