ଲୋଗୋ ଉନ୍ମୋଚିତ, ଅବଗଣନା ଆରମ୍ଭ


ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ୨୦୧୮ ହକି ବିଶ୍ୱକପ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ହକି ମହାକୁମ୍ବ ପାଇଁ ଆଉ ୩୬୪ ଦିନ ଥିବାବେଳେ ବୁଧବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଲୋଗୋ ଉନ୍ମୋଚନ ଓ ଅବଗଣନା ଉତ୍ସବ ଅନୁଷ୍ଠିତ ହୋଇଛି। ବୁଧବାର ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ଲୋଗୋ ଉନ୍ମୋଚନ କରିଛନ୍ତି। ”ଆମେ ନିକଟରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ସଫଳତାର ସହ ଆୟୋଜନ କରିଛୁ। କିଛି ମାସ ବ୍ୟବଧାନରେ ଏବେ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଆୟୋଜନ କରିବାକୁ ଯାଉଛୁ। ୨୦୧୮ରେ ଏଠାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ହକି ବିଶ୍ୱକପର ଲୋଗୋ େଉନ୍ମାଚନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା ଏବେ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରେ ସକ୍ଷମ ହୋଇଛି। ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଖେଳାଳିଙ୍କୁ ମୋର ଶୁଭକାମନା“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡ଼ିଶା ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛି ବୋଲି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ବୁଧବାର ରାଜ୍ୟ ସରକାରଙ୍କ ତରଫରୁ ୫୯ ଜଣ କୃତୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କ୍ରୀଡ଼ାବିତ୍‌ଙ୍କୁ ଆର୍ଥତ୍କ ପୁରସ୍କାରରେ ସମ୍ମାନିତ କରିଛନ୍ତି। ୨୦୧୬-୧୭ ବର୍ଷର ପ୍ରଦର୍ଶନକୁ ଭିତ୍ତି କରି ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ହକି ଖେଳାଳିମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। କାରଣ ଏହି ହକି ଖେଳାଳିମାନେ ହିଁ ସର୍ବାଧିକ ପୁରସ୍କାର ହାସଲ କରିଥିଲେ। ୭ଜଣ ମହିଳା ଓ ପୁରୁଷ ହକି ଖେଳାଳି ଆର୍ଥିକ ଭାବେ ସବୁଠାରୁ ଅଧିକ ଲାଭବାନ ହୋଇଛନ୍ତି। ପୁରୁଷ ହକି ଖେଳାଳି ଦୀପସାନ ତିର୍କୀ, ଅମିତ ରୋହିଦାସଙ୍କ ସମେତ ମହିଳା ତାରକା ଦୀପଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ, ସୁନୀତା ଲାକ୍ରା, ରଶି୍ମତା ମିଞ୍ଜଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଝିଲ୍ଲୀ ଦଳବେହେରା (୧ ଲକ୍ଷ), ସ୍ନେହା ସୋରେନ (୭୦ ହଜାର), ଜୟନ୍ତୀ ବେହେରା (ଦୁଇ ଲକ୍ଷ), ରାଖାଲ କୁମାର ସେଠୀ (୧ ଲକ୍ଷ ୬୦ ହଜାର), ଭି. ରମେଶ ରାଓ (୧ ଲକ୍ଷ ୨୦ ହଜାର), ପଙ୍କଜ ଭୁଏ (୨ ଲକ୍ଷ ୨୦ ହଜାର), ମାଳତି ପାନାଉର (୧ ଲକ୍ଷ ୨୦ ହଜାର), ପ୍ରଭାକର ବେହେରା (୧ ଲକ୍ଷ), ଅକ୍ଷୟ କୁମାର ସାହୁ (୮୦ ହଜାର), ଭୀମସେନ ବେହେରା (୭୦ ହଜାର), ପ୍ରମୋଦ ଭଗତ (୬୫ ହଜାର), ପ୍ରଜ୍ଞା ପରିମାତା କୁମାର (୬୦ ହଜାର), ଦେବରାଜ ବେହେରା (୬୦ ହଜାର), ଲାଲ ପ୍ରସାଦ ସୋରେନ (୬୦ ହଜାର), ମୁନି ପୂର୍ତ୍ତୀ (୫୦ ହଜାର), ଦୁର୍ଯ୍ୟୋଧନ ବିରୁଆ (୫୦ ହଜାର), ବିକ୍ରମ ମାଝି (୫୦ ହଜାର), ବିପିନ ବିହାରୀ ସାହୁ (୪୫ ହଜାର), ଚୌଧୁରୀ ଆର୍ଯ୍ୟନ ସାହୁ (୪୦ ହଜାର), ପୁଙ୍ଗା ସୋରେନ (୪୦ ହଜାର), ରବି ଖୋରା (୪୦ ହଜାର), ସୁଖରାମ ମାଝି (୩୦ ହଜାର), ଭାର୍ଗଭ ଭୁସାଗର (୩୦ ହଜାର), ପ୍ରଭାତ ବରାଳ (୩୦ ହଜାର), ସୋନାଲି ପ୍ରଧାନ (୩୦ ହଜାର), ସରିତା ରାଉତରାୟ (୩୦ ହଜାର), ଦେବମୃତ ସାହୁ (୩୦ ହଜାର), ବିକାଶ ଚନ୍ଦ୍ର ମୁର୍ମୁ (୩୦ ହଜାର), ସୌମ୍ୟ ରଞ୍ଜନ ଦାନୀ (୨୫ ହଜାର), ଦୁର୍ଗା ହେମ୍ବ୍ରେମ୍‌ (୨୦ ହଜାର), ଜୁହାର ବାରୀ (୨୦ ହଜାର), ରୋହନ ଶରାଫ୍‌ (୨୦ ହଜାର), ତାନିଫ୍‌ କୁମାର (୨୦ ହଜାର), ସୁନୀଲ ପ୍ରଧାନ (୨୦ ହଜାର), ମମତା ସିଂ (୨୦ ହଜାର), ଶର୍ମିଷ୍ଠା ପଣ୍ଡା (୨୦ ହଜାର), ପ୍ରତିମା ସାମନ୍ତରାୟ (୨୦ ହଜାର), ଛବିରାଣୀ ବେହେରା (୨୦ ହଜାର), ଅଙ୍କୁର ସମାଦ (୨୦ ହଜାର), ରୁବେନ ଦଳବେହେରା (୨୦ ହଜାର), ଅର୍ଜୁନ ମାରାଣ୍ଡି (୨୦ ହଜାର), ସଞ୍ଜୟ ଟୁଡୁ (୨୦ ହଜାର), ସମସାଦ ଆରା ବେଗମ (୧୭ ହଜାର), ପ୍ରିୟଙ୍କା ଟପ୍ପୋ (୧୭ ହଜାର), ଲକ୍ଷନ ମୁର୍ମୁ (୧୭ ହଜାର), ଅଂଶିକା ରାଉତରାୟ (୧୭ ହଜାର), ମନିଷା ମେରେଲ (୧୭ ହଜାର), ସୁନୀଲ ମହାରରଣା (୧୫ ହଜାର), ପ୍ରଶାନ୍ତ କୁମାର ବେହେରା (୧୦ ହଜାର), ଜି. ଦିଲେଶ୍ୱର ରାଓ (୧୦ ହଜାର), ମୋହିତ ତାଣ୍ଡି (୫, ହଜାର) ଓ ମିନୁ ହୁଇନା (୫ ହଜାର)ଙ୍କୁ ପୁରସ୍କୃତ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri