ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପେରେରା


ନୂଆଦିଲ୍ଲୀ, ୨୯।୧୧- ଅଲରାଉଣ୍ଡର ଥିସାରା ପେରେରାଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପଦ ପ୍ରଦାନ କରାଯାଇଛି। ଆଗାମୀ ଭାରତ ବିପକ୍ଷ ୩ଟିକିଆ ଦିନିକଆ ସିରିଜ୍‌ରେ ସେ ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ। ସେହିଭଳି ୩ଟିକିଆ ଟି୨୦ ସିରିଜ୍‌ର ମଧ୍ୟ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ତାଙ୍କ ପୂର୍ବରୁ ଏହି ଦାୟିତ୍ୱରେ ଦଳର ବରିଷ୍ଠ ତଥା ଓପନିଂ ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ଥିଲେ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନଠାରୁ ଶ୍ରୀଲଙ୍କା ୫-୦ରେ ସିରିଜ୍‌ ହାରିଥିଲା। କେବଳ ପାକିସ୍ତାନ ନୁହେଁ, ଭାରତ ଓ ଦକ୍ଷିଣ ଆଫ୍ରିକାଠାରୁ ମଧ୍ୟ ଶୋଚନୀୟ ପରାଜୟବରଣ କରିଥିଲା। ଏଥିଯୋଗୁ ଦଳ ୨୦୧୯ ବିଶ୍ୱକପ୍‌ରେ ସିଧାସଳଖ ଯୋଗ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଥରଙ୍ଗା ୨୨ଟି ଦିନିକିଆରେ ୪୭ ହାରରେ ୮୦୦ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ରହିଛି ୨ଟି ଶତକ ଓ ୫ଟି ଅର୍ଦ୍ଧଶତକୀୟ ପାଳି। ତାଙ୍କର ସଂରକ୍ଷଣ ନେତୃତ୍ୱ ଶୈଳୀ ଯୋଗୁ ଚୟନ କମିଟି ମୁଖ୍ୟ ସନତ ଜୟସୁରିୟା ଦଳର ଅଧିନାୟକତ୍ୱରେ ପରିବର୍ତ୍ତନ କରିଛନ୍ତି। ଏଥିପୂର୍ବରୁ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି୨୦ ସିରିଜ୍‌ରେ ପେରେରା ଦଳ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଭାର ନେଇଥିଲା। ଅବଶ୍ୟ ଏହି ସିରିଜ୍‌ରେ ମଧ୍ୟ ଶ୍ରୀଲଙ୍କାକୁ କ୍ଲିନ୍‌ସୁଇପ୍‌ର ସାମ୍‌ନା କରିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ଚୟନ କମିଟି ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ପେରେରାଙ୍କୁ ନେତୃତ୍ୱ ଦିଆଯାଇଥିବା ଜଣାପଡ଼ୁଛି। କାରଣ ପୂର୍ବରୁ ଦଳର ବରିଷ୍ଠ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ନିଜ ପକ୍ଷରୁ ଅଧିନାୟକ ପଦ ଛାଡ଼ିଥିଲେ। ଆହତ ସମସ୍ୟାରୁ ଫେରିବା ପରେ ସେ ଏବେବି ସଂଘର୍ଷ କରୁଛନ୍ତି। ତାଙ୍କ ବାଦ୍‌ ଟେଷ୍ଟ ଦଳର ଅଧିନାୟକ ଦୀନେଶ ଚଣ୍ଡିମାଲଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ମାଥ୍ୟୁସଙ୍କ ଭଳି ତାଙ୍କ ଫର୍ମ ମଧ୍ୟ ଭଲ ନାହିଁ। ଏଣୁ ଚୟନ କମିଟିକୁ ପେରେରାଙ୍କ ଉପରେ ଭରସା କରିବାକୁ ପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri