ସର୍ବଭାରତୀୟ ପଟିଆ କପ୍‌ କବାଡ଼ି ଉଦ୍‌ଘାଟିତ


ଚନ୍ଦ୍ରଶେଖରପୁର, ୨୯ା୧୧ (ଡି.ଏନ୍‌.ଏ)-୧୨ତମ ସର୍ବଭାରତୀୟ ପଟିଆ କପ୍‌ କବାଡି ପ୍ରତିଯୋଗିତା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କଳିଙ୍ଗ କବାଡି ଏକାଡେମୀ ପଟିଆ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାରୁ ୬ଟି ସମେତ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ଓଡିଶାରୁ ପିପିଲି, ଭୁବନେଶ୍ୱର, କଟକ, କୁଆଖିଆ, ଯାଜପୁର, ଓ ଓଡିଶା ପୋଲିସ ଦଳ ଭାଗ ନେଇଛନ୍ତି। ଏଥିରେ ଇଣ୍ଡୋ-ଟିବେଟାନନ ବର୍ଡର ପୋଲିସ(ଆଇଟିବିିପି),ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି (ଡିଡିଏ), ଝାଡଖଣ୍ଡ, ଛତିଶଗଡ, ଓଏସି ସିକନ୍ଦରାବାଦ, ଏସି ରେଲୱେ କୋଲକାତା ଆଦି ଅନ୍ୟ ୬ଟି ଦଳ ଭାଗ ନେଇଥିବା ଏକାଡେମୀର ସମ୍ପାଦକ ବିନୟ କୁମାର ରାଉତ ସୂଚନା ଦେଇଛନ୍ତି। ଭାଗନେଇଥିବା ସମସ୍ତ ଟିମକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ମଙ୍ଗଳବାର ମୋଟ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ କଟକ ୬୧-୨୦ ପଏଣ୍ଟରେ କୁଆଖିଆକୁ ଏବଂ ଭୁବନେଶ୍ୱର ୩୬-୧୬ ପଏଣ୍ଟରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଚଳିତବର୍ଷ ବିଜେତା ଦଳ ପାଇଁ ୨ଲକ୍ଷ ଟଙ୍କା, ଉପବିଜେତା ଦଳକୁ ୧ ଲକ୍ଷ ଏବଂ ତୃତୀୟ ଓ ଚତୁର୍ଥ ଦଳକୁ ୫୦ ହଜାର ଟଙ୍କା ପୁରସ୍କାର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଏକାଡେମୀର ସଭାପତି ଅରୁଣ କୁମାର ମହାରଣା, ଚେୟାରମ୍ୟାନ ପୃଥୀରାଜ ମହାପାତ୍ର, କମିଶନର ଇନକମ୍‌ ଟ୍ୟାକ୍ସ ଶରତ କୁମାର ଦାସ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେମ୍ବର ପାରାଦୀପ ଟ୍ରଷ୍ଟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri