କାଳିଦାସ, ମୋନିକା, ଗୁର୍‌ମିତଙ୍କୁ ସ୍ବର୍ଣ୍ଣ ପଦକ


ଭୁବନେଶ୍ୱର, ୧୧।୧୧ (କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଓ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଏଲଆଇସି ସ୍ପୋଟର୍‌ସ ମିଟ୍‌ର ଶୁକ୍ରବାର ଦ୍ୱିତୀୟ ଦିବସରେ ୧୦ଟି ପଦକ ଇଭେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିମଧ୍ୟରୁ ପୁରୁଷ ୫୦୦୦ ମିଟରରେ କାଳିଦାସ ହିରାରେ ସ୍ବର୍ଣ୍ଣ, ସନ୍ଦୀପ କୁମାର ରୌପ୍ୟ ଏବଂ ପି. ରାଜେଶ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୮୦୦ ମିଟର ରେସ୍‌ରେ ମୋନିକା ଆଥାରେ ସ୍ବର୍ଣ୍ଣ ଓ ମାଧୁରୀ ଗୁରନୁଲେ ରୌପ୍ୟ ପଦକ ପାଇଛନ୍ତି। ମୋନିକା ନିକଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଡିସ୍‌କସ୍‌ ଥ୍ରୋ ମହିଳା ବର୍ଗରେ ଗୁରମିତ କୌର ପ୍ରଥମ ଏବଂ ଆମ୍ବେ ଯାଦବ ଦ୍ୱିତୀୟ ସ୍ଥାନ ପାଇଛନ୍ତି। ପୁରୁଷ ବିଭାଗରେ ଅଂଶୁ ରାୟ, ଶିଭମ୍‌ ସିଂ ଓ ଶୈଳେନ୍ଦ୍ର ଠାକୁର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ପାଇଛନ୍ତି। ଗୁରମିତ ହେଉଛନ୍ତି ଏଲଆଇସିର ଏକମାତ୍ର ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି। ଲଙ୍ଗଜମ୍ପର ପୁରୁଷ ବିଭାଗରେ ସୁଧୀର କୁମାର, ଧିରଜ ମିଶ୍ର ଓ ସୁପ୍ରିଥ୍‌ ରାଜ ପ୍ରଥମ ତିନିସ୍ଥାନ ପାଇଥିବାବେଳେ ମହିଳାରେ ବୋଲିନ ମୁରାଲ ଲୋବେ ଓ ସାହାଜାହାନୀ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି। ୨୦୦ ମିଟର ରେସ୍‌ର ପୁରୁଷ ବର୍ଗରେ ଡି.ଏଲ.ଜଜ, ଦେବେନ୍ଦ୍ର ସୌରୀ, ବିନୋଦ କୁମାର ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପାଇଥିବାବେଳେ ମହିଳାରେ ବିନିତା ନାଥାନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହାଇଜମ୍ପ ପୁରୁଷ ବର୍ଗରେ ରିତେଶ କୁମାର ସ୍ବର୍ଣ୍ଣ, ସୁପ୍ରାଥ୍‌ ରାଜ ରୌପ୍ୟ ଓ କେ.ଆର. ରୋଶନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ବର୍ଗରେ ହର୍ଷିନୀ କୁମାରୀ ସ୍ବର୍ଣ୍ଣ ଓ ଯୋଲାଇନ ମୁରାଲ ଲୋବେ ରୌପ୍ୟ ପଦକ ପାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri