ସର୍ବଭାରତୀୟ ଏଲଆଇସି ସ୍ପୋଟର୍‌ସ ମିଟ୍‌ ଉଦ୍‌ଘାଟିତ


ଭୁବନେଶ୍ୱର, ୯।୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଜୀବନବୀମା ନିଗମ(ଏଲଆଇସି)ର ସର୍ବଭାରତୀୟ ସ୍ପୋଟର୍‌ସ ମିଟ୍‌ ଗୁରୁବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଏଲଆଇସିର ପରିଚାଳନା ନିର୍ଦ୍ଦେଶିକା ଉଷା ସାଙ୍ଗଓ୍ବାନ ଆନୁଷ୍ଠାନିକଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସାଙ୍ଗଓ୍ବାନ ବାଲୁକାରେ ପ୍ରସ୍ତୁତ ଏଲଆଇସିର ସ୍ପୋଟର୍‌ସ ଲୋଗୋକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ପୂର୍ବ ମଧ୍ୟ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ସି.ବିକାଶ ରାଓଙ୍କ ଉପସ୍ଥିତିେରେ ସାଙ୍ଗଓ୍ବାନ ଏଲଆଇସିର ପତାକା ଉତ୍ତୋଳନ ସହ ସ୍ମରଣିକା ଉନ୍ମୋଚନ କରିଥିଲେ। । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କିରଣ ସହଦେବ ଏଲଆଇସି ସ୍ପୋଟର୍‌ସ ବୋର୍ଡର ପତାକା ଉତ୍ତୋଳନ କରିଥିଲେ। ଏଲଆଇସିର ୮ ଜୋନ ଓ ୧୧୩ଟି ମଣ୍ଡଳରୁ ଆସିଥିବା ଆଥଲେଟ୍‌ମାନେ ଷ୍ଟାଡିୟମରେ ମାର୍ଚ୍ଚପାଷ୍ଟ କରିଥିଲେ। ଉପସ୍ଥିତ ଖେଳାଳିମାନଙ୍କୁ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଓ ରାକେଶ କୁମାର ଶପଥପାଠ କରାଇଥିଲେ। ଶେଷରେ ସାଙ୍ଗଓ୍ବାନ, ସହଦେବ ଓ ରାଓ ଏଲଆଇସି ପ୍ରଗତିର ଶୁଭକାମନା କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ୧୫୦୦ ମିଟର ରେସର ପୁରୁଷ ବିଭାଗରେ କାଳିଦାସ ହିରାଓ୍ବେ, ସନ୍ଦୀପ କୁମାର ଓ ପ୍ରମୋଦ ପାଟନୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ମୋନିକା ଆଥାରେ ସ୍ବର୍ଣ୍ଣ, ମାଧୁରୀ ଗୁରନୁଲେ ରୌପ୍ୟ ପଦକ ପାଇଛନ୍ତି। ୮୦୦ ମିଟର ରେସ୍‌ର ପୁରୁଷ ବର୍ଗରେ ଡି.ଏଲଜଡ୍ସ ପ୍ରଥମ ଓ ପି.ଏସ.ପ୍ରିମେଶ ଦ୍ୱିତୀୟ ସ୍ଥାନ ପାଇଛନ୍ତି। ମହିଳା ୪୦୦ ମିଟର ହର୍ଡଲ୍ସରେ ଟି.ରେଣୁକା ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୁରୁଷ ବର୍ଗରେ ଏ.ଯୋଗେଶ ଓ ଦୀପକ କୁମାର ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଟ୍ରିପଲ ଜମ୍ପ ମହିଳାରେ ସୋନମ, ତୁଷିନା କୁମାରୀ ଓ ଜୟଲିନ ଏମ. ଲୋବୋ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ଅମ୍ବେ ଯାଦବ, ଗୁରମିତ କୌର ଓ ସାହେଜାହାନା ମହିଳା ଶଟ୍‌ପୁଟ୍‌ରେ ପ୍ରଥମ ତିନିସ୍ଥାନ ପାଇଥିବାବେଳେ ପୁରୁଷ ଶଟ୍‌ପୁଟ୍‌ରେ ଅମିତ ତ୍ୟାଗୀ, ସି.ବି. କୁମାର ଓ ଶୈଳେନ୍ଦ୍ର ଠାକୁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri