ନକ୍ସଭିଲ୍ଲେ ଚ୍ୟାଲେଞ୍ଜର: କ୍ୱାର୍ଟରରେ ପେସ-ରାଜା


ନୂଆଦିଲ୍ଲୀ, ୯।୧୧(ପି.ଟି.)- ଟପ୍‌ ସିଡ୍‌ ଭାରତୀୟ ଖେଳାଳି ଲିଆଣ୍ଡର ପେସ ଓ ପୂରବ ରାଜାଙ୍କ ପୁରୁଷ ଡବଲ୍ସ ଯୋଡ଼ି ଚଳିତ ନକ୍ସଭିଲ୍ଲେ ଚ୍ୟାଲେଞ୍ଜର ଟେନିସ୍‌ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ସିଜନରେ ଫୁଲ ଫର୍ମରେ ଥିବା ଦିଭିଜ ଶରନ ବ୍ରଟିସ୍ଲାଭା ଇଭେଣ୍ଟରୁ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମୁକାବିଲାରେ ପେସ ଓ ରାଜାଙ୍କ ଯୋଡ଼ି ୬-୨, ୬-୪ ସେଟ୍‌ରେ ଆମେରିକାର କେଭିନ କିଙ୍ଗ ଓ ବ୍ରାଡଲି କ୍ଲାହନଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ପାଇଁ ଭାରତୀୟ ଯୋଡ଼ିକୁ ପ୍ରାୟ ଏକ ଘଣ୍ଟା ଲଢ଼େଇ କରିବାକୁ ପଡ଼ିଥିଲା। ମିଳିତ ଖେଳିବା ଆରମ୍ଭ କରିବାଠାରୁ ପେସ୍‌ ଓ ରାଜାଙ୍କ ଯୋଡ଼ି ଏ ପର୍ଯ୍ୟନ୍ତ କୌଣସି ଟାଇଟଲ ଜିତି ନାହାନ୍ତି। ଏଣୁ ପ୍ରଥମ ଟାଇଟଲ ଲକ୍ଷ୍ୟରେ ଥିବା ଟପ୍‌ ସିଡ୍‌ଧାରୀ ଯୋଡ଼ି କ୍ୱାର୍ଟର ପର୍ଯ୍ୟାୟରେ ଇଂଲଣ୍ଡର ଲିଆନ ବ୍ରୋଆଡି ଓ ମାର୍କୁସ ଓ୍ବିଲିସଙ୍କ ଯୋଡ଼ିକୁ ଭେଟିବ। ଅପରପକ୍ଷେ ଶରନ ଓ ତାଙ୍କ ରୁଷୀୟ ସାଥୀ ଖେଳାଳି ମିଖାଇଲ ଇଲଗିନଙ୍କ ସହ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବ୍ରାଜିସ୍ଲାଭା ଇଭେଣ୍ଟର କ୍ୱାର୍ଟରରୁ ବିଦାୟ ନେଇଛନ୍ତି। ଏହି ଯୋଡ଼ିକୁ ୪-୬, ୭-୬(୭/୪), ୪-୧୦ ସେଟ୍‌ରେ ସାଣ୍ଡେର ଆର୍ନେଡ୍ସ ଓ ଆଣ୍ଟୋନିଓ ସାନକିକ ପରାଜିତ କରିଛନ୍ତି। ବର୍ତ୍ତମାନ ଶରନ ପୁନେ ଓ ବାଙ୍ଗାଲୋରଠାରେ ଦୁଇଟି ଘରୋଇ ଇଭେଣ୍ଟ ଖେଳିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri