ଏଟିପି ଟପ୍‌-୧୦ରୁ ବାଦ୍‌ ପଡ଼ିଲେ ମୁରେ, ଜୋକୋଭିଚ୍‌


ପ୍ୟାରିସ, ୭।୧୧ (ଏଏଫ୍‌ପି)- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଣ୍ଡି ମୁରେ ଓ ନୋଭାକ ଜୋକୋଭିଚ୍‌ ସଦ୍ୟ ପ୍ରକାଶିତ ଏଟିପି ଟପ୍‌-୧୦ ର଼୍ୟାଙ୍କିଙ୍ଗରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ୩ୟ ସ୍ଥାନରେ ଥିବା ବ୍ରିଟେନର ମୁରେ ବର୍ତ୍ତମାନ ୧୬ତମ ର଼୍ୟାଙ୍କିଙ୍ଗକୁ ଖସିଛନ୍ତି। ଅଣ୍ଟାରେ ଆଘାତ ଲାଗିବା ଯୋଗୁ ଗତ ଏପ୍ରିଲରୁ କୋର୍ଟରୁ ଦୂରେଇ ରହିଥିବାରୁ ୩୦ ବର୍ଷୀୟ ମୁରେଙ୍କ ର଼୍ୟାଙ୍କିଙ୍ଗରେ ଏଭଳି ଅବନତି ଘଟିଛି। ମୁରେ ୨୦୧୪ ଅକ୍ଟୋବରଠାରୁ ଟପ୍‌-୧୦ ମଧ୍ୟରେ ସ୍ଥାନ ବଜାୟ ରଖିଥିଲେ। ସେ ଅନ୍ତିମ ଥର ଓ୍ବିମ୍ବେଲଡନ୍‌ ଓପନ୍‌ରେ ଖେଳିଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍‌। ମଙ୍ଗଳବାର ଗ୍ଲାସଗୋଠାରେ ହେବାକୁ ଥିବା ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ସହ ସେ ଖେଳିବେ। ୩ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଅନ୍ତର୍ଜାତୀୟ କୋର୍ଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି କହୁଣୀ ସମସ୍ୟା କାରଣରୁ କୋର୍ଟରୁ ଦୂରେଇ ରହିଥିବା ଜୋକୋଭିଚ୍‌ ଏବେ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ୭ମ ସ୍ଥାନରେ ରହିଥିଲେ। ୨୦୦୭ ମାର୍ଚ୍ଚପରେ ଏହା ତାଙ୍କ କ୍ୟାରିୟରର ସର୍ବନିମ୍ନ ର଼୍ୟାଙ୍କିଙ୍ଗ। ଜୋକୋଭିଚ୍‌ ଆସନ୍ତା ମାସରେ ଆବୁଧାବିଠାରେ ହେବାକୁ ଥିବା ବିଶ୍ୱ ଟେନିସ୍‌ ଚାମ୍ପିୟନ୍‌ଶିପ୍‌ରେ କୋର୍ଟକୁ ଫେରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri