ସତ୍ୟେନ୍ଦ୍ରଙ୍କୁ ସ୍ବର୍ଣ୍ଣ, ଭାରତକୁ ୨୦ ପଦକ


ଗୋଲ୍ଡ କୋଷ୍ଟ, ୭।୧୧(ପି.ଟି.)- ରାଜ୍ୟଗୋଷ୍ଠୀ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୨୦ଟି ପଦକ ସହ ଏହାର ଅଭିଯାନ ଶେଷ କରିଛି। ସୋମବାର ପୁରୁଷ ୫୦ମିଟର ରାଇଫଲ ୩ ପୋଜିଶନରେ ସତ୍ୟେନ୍ଦ୍ର ସିଂ ଓ ସଞ୍ଜୀବ ରାଜପୁତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି। ଭାରତୀୟ ଦଳ ୬ଟି ସ୍ବର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ଜିତିପାରିଛି। ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ସତ୍ୟେନ୍ଦ୍ର ଓ ରାଜପୁତଙ୍କ ବ୍ୟତୀତ ଭାରତର ଚେନ୍‌ ସିଂ ମଧ୍ୟ ୩ ପୋଜିଶନ ଇଭେଣ୍ଟର ୮ଜଣିଆ ପୁରୁଷ ଫାଇନାଲକୁ ଉନ୍ନୀତ ହୋଇଥିଲେ। ୪୫-ଶଟ୍‌ ବିଶିଷ୍ଟ ଫାଇନାଲରେ ସତ୍ୟେନ୍ଦ୍ର ୪୫୪,୨ ପଏଣ୍ଟ ସହ ପ୍ରଥମ ହୋଇଥିବାବେଳେ ରାଜପୁତ୍‌ ୪୫୩.୩ ପଏଣ୍ଟ ସହ ଦ୍ୱିତୀୟ ହୋଇଥିଲେ। ଫାଇନାଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍‌ ସିଂ ତୃତୀୟ ସ୍ଥାନରେ ରହି ଭାରତ ପାଇଁ କ୍ଲିନ୍‌ ସୁଇପ୍‌ ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ଡେନ୍‌ ସାମ୍ପସନ ତାଙ୍କୁ ଅତିକ୍ରମ କରିଯାଇଥିଲେ। ପୂର୍ବରୁ ରାଇଫଲ ପ୍ରୋନ୍‌ରେ ସ୍ବର୍ଣ୍ଣ ଜିତିଥିବା ସାମ୍ପସନ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଶଟ୍‌ଗନ୍‌ ରେଞ୍ଜ୍‌ରେ ଅନୁଷ୍ଠିତ ପୁରୁଷ ଟ୍ରାପ୍‌ ଇଭେଣ୍ଟରେ ବୀରେନଦୀପ ସୋଧି ଏକମାତ୍ର ଭାରତୀୟ ଭାବେ ୬ଜଣଙ୍କୁ ନେଇ ଅନୁଷ୍ଠିତ ଫାଇନାଲକୁ ଉନ୍ନୀତ ହୋଇଥିଲେ। ସେ ୪ର୍ଥ ସ୍ଥାନ ସହ ତାଙ୍କ ଅଭିଯାନ ଶେଷ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri