ଦିନିକିଆ କ୍ରିକେଟରେ ବମ୍ବେ ବାଳିକା ଜେମିମାଙ୍କ ଦ୍ୱିଶତକ


ବମ୍ବେ, ୫।୧୧(ପି.ଟି.)- ଏକଦିବସୀୟ କ୍ରିକେଟରେ ଦ୍ୱିଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି ବମ୍ବେ ଜୁନିୟର ମହିଳା କ୍ରିକେଟ ଦଳର ଅଧିନାୟିକା ଜେମିମା ରୋଡ୍ରିଗୁଏଜ। ବିସିସିଆଇ ପକ୍ଷରୁ ଔରଙ୍ଗାବାଦରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏକଦିବସୀୟ ଟୁର୍ନାମେଣ୍ଟରେ ୧୬ ବର୍ଷୀୟା ଜେମିମା ସୌରାଷ୍ଟ୍ର ବିପକ୍ଷରେ ଏହି ମାରାଥନ ଇନିଂସ ଖେଳିଛନ୍ତି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ଜିତି ବମ୍ବେ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ବମ୍ବେ ୨ ଉଇକେଟ୍‌ ହରାଇ ୩୪୭ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟିକା ଜେମିମା ୧୬୩ ବଲ ଖେଳି ୨୦୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହି ଇନିଂସ ମଧ୍ୟରେ ସେ ୨୧ଟି ଚୌକା ମାରିଥିଲେ। ଜେମିମା ଓ ଏସ୍‌.କେ. ରାଉତ (୯୮)ଙ୍କ ମଧ୍ୟରେ ୨ୟ ଉଇକେଟ୍‌ରେ ୩୦୦ ରନ ପାର୍ଟନରଶିପ୍‌ ହୋଇଥିଲା। ଜବାବରେ ସୌରାଷ୍ଟ୍ର ୩୯.୪ ଓଭରରେ ମାତ୍ର ୬୨ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ସୌରାଷ୍ଟ୍ର ପକ୍ଷରୁ ଏକମାତ୍ର ବ୍ୟାଟ୍ସଓ୍ବମ୍ୟାନ ଭାବେ ମେଘନା ଜାମ୍ବୁଚା (୨୫) ଦୁଇ ଅଙ୍କବିଶିଷ୍ଟ ସ୍କୋର କରିପାରିଥିଲେ। ମାତ୍ର ୧୩ ବର୍ଷ ବୟସରେ ବମ୍ବେ ୧୯ ବର୍ଷରୁ କମ୍‌ ଦଳରେ ଖେଳିଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ସେ ୨ଟି ଶତକ ହାସଲ କରିସାରିଲେଣି। ତାଙ୍କର ବ୍ୟାଟିଂ ଆଭରେଜ ୩୦୦ରୁ ଊର୍ଦ୍ଧ୍ୱ ରହିଛି। ମାତ୍ର ୪ ବର୍ଷ ବୟସରେ ଜେମିମା ପ୍ଲାଷ୍ଟିକ ବଲ ଛାଡ଼ି ରେଡ୍‌ ବଲ ଖେଳିବା ଅଭ୍ୟାସ ଆରମ୍ଭ କରିଥିଲେ। ସେ ବମ୍ବେ ୧୭ ବର୍ଷରୁ କମ୍‌ ହକି ଦଳରୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri