ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ଶିପ୍‌: ମେରୀକମଙ୍କ ପଦକ ନିଶ୍ଚିତ


ହୋଚିମିନ ସିଟି (ଭିଏତନାମ), ୪।୧୧(ପି.ଟି.)- ପାଞ୍ଚଥର ବିଶ୍ୱ ଚାମ୍ପିୟନ୍‌ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ଶିପ୍‌ରେ ଶୁକ୍ରବାର ନିଜର ପଦକ ନିଶ୍ଚିତ କରିଛନ୍ତି। ୪୮ କିଗ୍ରା ବର୍ଗରେ ଖେଳୁଥିବା ମେରୀକମ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରି ଏହି ସଫଳତା ପାଇଛନ୍ତି। ସେ ୬ଷ୍ଠ ଥର ପାଇଁ ଏହି ଟୁର୍ନାମେଣ୍ଟରେ ପଦକ ପାଇବାକୁ ଯାଉଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେ ବକ୍ସର ମେଙ୍ଗ ଚିହଙ୍କୁ ହରାଇଛନ୍ତି। ପ୍ରତିପକ୍ଷ ଖେଳାଳିଙ୍କ ଅଧିକ ଉଚ୍ଚତା ଯୋଗୁ ମୁକାବିଲାରେ ୪ଥର ଚାମ୍ପିୟନ୍‌ ଭାରତୀୟ ବକ୍ସରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ନିଜର ଅଭିଜ୍ଞତା ବଳରେ ମେରୀକମ୍‌ ମ୍ୟାଚ୍‌ର ଫଳାଫଳକୁ ନିଜ ପକ୍ଷରେ ଆଣିବାକୁ ସମର୍ଥ ହୋଇଥିଲେ। ୩୪ ବର୍ଷୀୟା ବକ୍ସର ସେମି ପର୍ଯ୍ୟାୟରେ ଜାପାନର ତସୁବାସା କୋମୁରାଙ୍କୁ ଭେଟିବେ। ଉଲ୍ଲେଖଥାଉ କି, ଟୁର୍ନାମେଣ୍ଟର ଗତ ୫ଟି ସଂସ୍କରଣରେ ସେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri