କ୍ୟାରିୟର ଶ୍ରେଷ୍ଠ ୨ୟ ସ୍ଥାନରେ ଶ୍ରୀକାନ୍ତ


ନୂଆଦିଲ୍ଲୀ, ୩।୧୧(ପି.ଟି.)- କ୍ୟାରିୟର ଶ୍ରେଷ୍ଠ ଫର୍ମରେ ରହିଥିବା ତାରକା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ବିଶ୍ୱ ମାନ୍ୟତାରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ଶ୍ରୀକାନ୍ତ ୪ର୍ଥ ସ୍ଥାନରୁ ୨ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି। ଚଳିତ ସିଜନରେ ବର୍ତ୍ତମାନ ସୁଦ୍ଧା ୪ଟି ସୁପର ସିରିଜ ଟାଇଟଲ ଜିତି ସାରିଥିବା ଶ୍ରୀକାନ୍ତଙ୍କ ମୋଟ୍‌ ୭୩, ୪୦୩ ପଏଣ୍ଟ ପାଇଛନ୍ତି। ଆଉ ୪,୫୨୭ ପଏଣ୍ଟ ହାସଲ କରିପାରିଲେ ସେ ତାଲିକା ଶୀର୍ଷରେ ରହିଥିବା ବିଶ୍ୱ ଚାମ୍ପିୟନ ଡେନମାର୍କର ଭିକ୍ଟର ଏକ୍ସେଲସେନଙ୍କୁ ପଛରେ ପକାଇଦେବେ। ଗୁଣ୍ଟୁର ଜନ୍ମିତ ୨୫ ବର୍ଷୀୟ ଶ୍ରୀକାନ୍ତ ଚଳିତ ସିଜନରେ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଡେନମାର୍କ ଓ ଫ୍ରାନ୍ସ ଓପନ୍‌ ଟ୍ରଫି ହାସଲ କରିସାରିଛନ୍ତି। ଆଗକୁ ଚାଇନା ଓ ହଂକଂରେ ଟୁର୍ନାମେଣ୍ଟ ଖେଳାଯିବାକୁ ଥିବାରୁ ସେ ଭିକ୍ଟରଙ୍କୁ ଟପିଯିବାର ସମ୍ଭାବନା ରହିଛି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଏଚ୍‌.ଏସ୍‌. ପ୍ରଣୟ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ଏକାଦଶ ସ୍ଥାନରେ ରହିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ତେବେ ଅନ୍ୟତମ ଭାରତୀୟ ସଟ୍‌ଲର ବି. ସାଇ ପ୍ରଣୀଥ୍‌ଙ୍କୁ କିନ୍ତୁ ଗୋଟିଏ ସ୍ଥାନ ହରାଇବାକୁ ପଡ଼ିଛି। ସେ ବର୍ତ୍ତମାନ ୧୬ତମ ସ୍ଥାନରେ ରହିଛନ୍ତି। ସମୀର ବର୍ମା କିନ୍ତୁ ପୂର୍ବବତ୍‌ ଅଷ୍ଟାଦଶ ସ୍ଥାନରେ ସ୍ଥିର ରହିଛନ୍ତି। ଅପରପକ୍ଷରେ ମହିଳା ବର୍ଗରେ ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ମାନ୍ୟତାରେ କୌଣସି ପରିବର୍ତ୍ତନ ଘଟିନାହିଁ। ସିନ୍ଧୁ ଓ ସାଇନା ଯଥାକ୍ରମେ ୨ୟ ଓ ଏକାଦଶ ସ୍ଥାନରେ ରହିଛନ୍ତି। ଯୁବ ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାନକିରେଡ୍ଡୀ ଓ ଚିରାଗ ସେଟ୍ଟୀ ୪ଟି ସ୍ଥାନ ଉପରକୁ ଉଠି ୨୮ତମ ସ୍ଥାନ ଲାଭ କରିଛନ୍ତି। ମହିଳା ଡବଲ୍ସରେ କିନ୍ତୁ ଭାରତର ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀଙ୍କୁ ନିରାଶ ହେବାକୁ ପଡ଼ିଛି। ଅଶ୍ୱିନୀ-ସିକ୍କି ଯୋଡ଼ି ୨ଟି ସ୍ଥାନ ହରାଇ ୨୫ତମ ସ୍ଥାନରେ ରହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri