ପାରାବ୍ୟାଡ୍‌ମିଣ୍ଟନ ବିଶ୍ୱ ର଼୍ୟାଙ୍କିଙ୍ଗ ଶୀର୍ଷରେ ପ୍ରମୋଦ


କଟକ ଅଫିସ,୨ା୧୧- ପାରାବ୍ୟାଡ୍‌ମିଣ୍ଟନ ଖେଳ କ୍ଷେତ୍ରରେ ଓଡ଼ିଶାର ଜଣେ ଯୁବକ ବିଶ୍ୱ ର଼୍ୟାଙ୍କିଙ୍ଗର ୧ ନମ୍ବର ସ୍ଥାନରେ ରହିଛନ୍ତି। ଭାରତ ପକ୍ଷରୁ ଏସ୍‌ଏଲ୍‌-୩ (ଷ୍ଟାଣ୍ଡିଂ ଲେୟାର-୩) ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ବରଗଡ଼ ଅତାବିରାର ପ୍ରମୋଦ ଭଗତ ଏସ୍‌ଏଲ୍‌-୩ ସିଙ୍ଗଲ୍ସ ବିଶ୍ୱ ର଼୍ୟାଙ୍କିଙ୍ଗର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ମଧ୍ୟ ପ୍ରମୋଦ ୧ନଂ ସ୍ଥାନରେ ରହିଥିଲେ। ଇଂଲଣ୍ଡର ଡାନିଏଲ ବିଥେଲ ଓ ଅନ୍ୟଜଣେ ଭାରତୀୟ ଖେଳାଳି ମନୋଜ ସରକାରଙ୍କ ମଧ୍ୟରେ ୧ନଂ ସ୍ଥାନକୁ ନେଇ ପ୍ରତିଯୋଗିତା ଜାରି ରହିଥିଲା। ତେବେ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେଶନ୍‌ ପକ୍ଷରୁ ଗତ ଅକ୍ଟୋବର ମାସରେ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ଭଗତ ୧ନଂ ସ୍ଥାନରେ ରହିଥିବା ଜଣାପଡ଼ିଛି। ପ୍ରମୋଦ ଗତ ୪ଟି ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରୁ ମୋଟ୍‌ ୩୦୦ ପଏଣ୍ଟ ପାଇ ଏହି ସଫଳତା ହାସଲ କରିବା ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ୨୦୧୫ ମସିହା ବିଶ୍ୱଚାମ୍ପିୟନଶିପ୍‌ରୁ ୧୫୦ ପଏଣ୍ଟ, ୨୦୧୭ ଥାଇଲାଣ୍ଡ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରୁ ୭୫, ୨୦୧୬ ଏସିଆନ ଚାମ୍ପିୟନଶିପ୍‌ରୁ ୪୫ ଓ ୨୦୧୬ ଇଣ୍ଡୋନେସିଆ ଆନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରୁ ସେ ୩୦ ପଏଣ୍ଟ ପାଇଥିଲେ। ଏହି ବର୍ଗରେ ପ୍ରମୋଦଙ୍କ ପଛକୁ ଇଂଲଣ୍ଡର ବେଥେଲ ଡାନିଏଲ ୨୯୭.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏତଦ୍‌ବ୍ୟତୀତ ଏସ୍‌ଏଲ୍‌-୩ ବର୍ଗରୁ ବିଶ୍ୱର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଆଉ ୨ଜଣ ଭାରତୀୟ ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଡବଲ୍ସ, ମିକ୍ସଡ୍‌ ବିଶ୍ୱ ର଼୍ୟାଙ୍କିଙ୍ଗରେ ଭଗତ ୧୫୭.୫ ପଏଣ୍ଟ ସହ ୮ମ ସ୍ଥାନରେ ରହିଛନ୍ତି। ସୂଚନା ଯୋଗ୍ୟ, ବାପା ସ୍ବର୍ଗତ କୈଳାସ ଭଗତ ଓ ମା କୁସୁମ ଦେବୀଙ୍କ ପୁଅ ଭଗତ ଗତ ୨୦୦୨ ମସିହାରୁ ବ୍ୟାଡ୍‌ମିଣ୍ଟନ ଖେଳ ସହ ଜଡ଼ିତ ଅଛନ୍ତି। ୨୦୦୬ ମସିହାରୁ ଜାତୀୟସ୍ତରୀୟ ଟୁର୍ନାମେଣ୍ଟ ଖେଳିବା ସହ ଉକ୍ତ ବର୍ଷ ସେ ମାଲେସିଆରେ ଅନୁଷ୍ଠିତ ୯ମ ଫେସପିକ୍‌ ଗେମ୍ସରେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୨୦୦୬ ମସିହାରୁ ଭାରତରେ ହୋଇଥିବା ସମସ୍ତ ଜାତୀୟ ଚାମ୍ପିୟନଶିପ୍‌ରେ ପ୍ରମୋଦ ସ୍ବର୍ଣ୍ଣ ବିଜୟୀ ହୋଇ ଆସୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri