ପାକ୍‌ ଦଳରେ ଇଞ୍ଜାମାମଙ୍କ ପୁତୁରା


କରାଚୀ, ୬।୧୦ (ପି.ଟି.)- ଚଳିତ ମାସରେ ୟୁଏଇଠାରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ-ହକଙ୍କ ପୁତୁରା ଇମାମ ଉଲ-ହକ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଦଳରେ ଏକମାତ୍ର ପରିବର୍ତ୍ତନ କରାଯାଇଛି। ସନିୟର ବ୍ୟାଟ୍ସମ୍ୟାନ ଆଝାର ଅଲୀଙ୍କ ସ୍ଥାନରେ ଇମାମଙ୍କୁ ସୁଯୋଗ ମିଳିଛି। ସମ୍ପୂର୍ଣ୍ଣ ରୂପେ ଫିଟ୍‌ ହେବା ପାଇଁ ଏହି ସିରିଜ୍‌ରେ ଆଝାରଙ୍କୁ ବିଶ୍ରାମ ଦିଆଯାଇଛି। ସେ ଆହତ ସମସ୍ୟା ସତ୍ତ୍ୱେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖେଳିଥିଲେ। ଏଣୁ ତାଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ ଇମାମଙ୍କୁ ଦଳରେ ସ୍ଥାନ ମିଳିଛି। ଜାତୀୟ ଦଳରେ ସ୍ଥାନ ପାଇବା ପୂର୍ବରୁ ସେ ୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରେ ଖେଳିଥିଲେ। ପରେ ୩୧ଟି ପ୍ରଥମ ଶ୍ରେଣୀ ଓ ୨୪ଟି ଲିଷ୍ଟ ଏ’ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ସମ୍ପର୍କରେ ଇଞ୍ଜାମାମ କହିଛନ୍ତି, ”ଘରୋଇ କ୍ରିକେଟରେ ସ୍ଥିର ପ୍ରଦର୍ଶନ ଯୋଗୁ ଇମାମଙ୍କୁ ଜାତୀୟ ଦଳରେ ସ୍ଥାନ ପ୍ରଦାନ କରାଯାଇଛି। ଜଣେ ଯୁବ ଖେଳାଳି ଘରୋଇ ପରିିବେଶରେ ହିଁ ଠିକ୍‌ ରୂପେ ପ୍ରଦର୍ଶନ କରିପାରିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କ ବ୍ୟତୀତ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅହମ୍ମଦ ଶେହଜାଦ ଓ ମହମ୍ମଦ ହାଫିଜଙ୍କୁ ଶ୍ରୀଲଙ୍କା ବିପକ୍ଷ ପାଞ୍ଚଟିକିଆ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଛି।“

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri