ଲଣ୍ଡନ, ୧୧ା୮ (ପି.ଟି.)-ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର କୌଣସି ଇଭେଣ୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିବାରେ ଦେବିନ୍ଦର ସିଂ କାଙ୍ଗ୍‌ ହେଉଛନ୍ତି ପ୍ରଥମ ଭାରତୀୟ। ଗୁରୁବାର ଜାଭେଲିନ୍‌ ଥ୍ରୋ ରାଉଣ୍ଡ ଗ୍ରୁପ୍‌ ବି’ରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଜଣେ ଭାରତୀୟ ନୀରଜ ଚୋପ୍ରା କ୍ୱାଲିଫିକେଶନ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜାଭେଲିନ୍‌ରେ କୌଣସି ପ୍ରତିଯୋଗୀ ୮୩ ମିଟର ଦୂରତା ଫିଙ୍ଗି ପାରିଲେ ଆପେ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରିବେ।  କାଙ୍ଗ୍‌ ଓପନିଂ ଥ୍ରୋରେ ୮୨.୨୨ମିଟର ଥ୍ରୋ କରିଥିଲେ। ପରେ ଦ୍ୱିତୀୟ ପ୍ରଚେଷ୍ଟାରେ ୮୨.୧୪ ମିଟର କ୍ଲିୟର କରିଥିଲେ। ତେବେ  ତୃତୀୟ ତଥା ଫାଇନାଲ  ଥ୍ରୋରେ  ୮୩ ମିଟର ସ୍ପର୍ଶ କରିବାକୁ ଥିବାରୁ ପଞ୍ଜାବର ଏହି ୨୬ ବର୍ଷୀୟ ଆଥଲେଟ୍‌ ଖୁବ୍‌ ଚାପରେ ରହିଥିଲେ। ଏଥିରେ ତାଙ୍କୁ  ଅନ୍ତିମ ବ୍ୟକ୍ତି ଭାବେ ଥ୍ରୋ କରିବାକୁ ପଡ଼ିଥିଲା। କାଙ୍ଗ୍‌ ୮୪.୧୪ ମିଟର ଥ୍ରୋ କରିବାରେ ସମର୍ଥ ହୋଇଥିଲେ।  ଏହି ଫଳାଫଳ ଭାରତୀୟ ଶିବିରରେ ଆନନ୍ଦ ଖେଳାଇ ଦେଇଥିଲା।  ଶନିବାର  ହେବାକୁଥିବା ଫାଇନାଲ ରାଉଣ୍ଡ ପାଇଁ ଗ୍ରୁପ୍‌ ଏ’ରୁ ୫ ଥ୍ରୋୟର ଏବଂ ଗ୍ରୁପ୍‌ ବି’ରୁ ୮ ଏହିପରି ମୋଟ ୧୨ଜଣ ଯୋଗ୍ୟତା ଅର୍ଜ ନ କରିଛନ୍ତି। ଜାଭେଲିନ୍‌ରେ  ସମସ୍ତ ଦେଶବାସୀଙ୍କ ନଜର ପ୍ରକୃତରେ ୧୯ ବର୍ଷୀୟ ବିଶ୍ୱ ଜୁନିୟର ରେକର୍ଡଧାରୀ ନୀରଜଙ୍କ ଉପରେ ରହିଥଲା। ମାତ୍ର ଗ୍ରୁପ୍‌ ଏ’ କ୍ୱାଲିଫିକେଶନ ରାଉଣ୍ଡରେ ତାଙ୍କ ଶ୍ରେଷ୍ଠ ପ୍ରଚେଷ୍ଟା ୮୨.୨୬ ମିଟର ରହିଥିଲା। ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୬.୪୮ ମିଟର ରହିଥିବାବେଳେ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୮୫.୬୩ ମିଟର ରହିଛି। ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ରେ  ଭାଗ ନେଇ ମାତ୍ର ୩ଟି ଥ୍ରୋରେ ତାଙ୍କ ଅଭିଯାନ ଶେଷ କରିଛନ୍ତି।

"/>

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଜାଭେଲିନ୍‌ ଥ୍ରୋ ଫାଇନାଲରେ କାଙ୍ଗ୍‌

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri