କଟକ ଅଫିସ,୧୧ା୮- ଚହଟାନଗରସ୍ଥିତ ଗୌରବ ପ୍ୟାଲେସ୍‌ରେ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଟକ ଜିଲା ଚେସ୍‌ ସଂଘ ଆନୁକୂଲ୍ୟରେ ୯ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ ଆରମ୍ଭ ହେବ। ଏହି ପ୍ରତିଯୋଗିତା ୭ ରାଉଣ୍ଡ ବିଶିଷ୍ଟ । ଉଭୟ ଓପନ୍‌ ଏବଂ ବାଳିକା ବର୍ଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଉଭୟ ବିଭାଗର ଶ୍ରେଷ୍ଠ ୧୦ଜଣ ଖେଳାଳି ସହ ମୋଟ୍‌ ୩୬ଟି ଟ୍ରଫି ପ୍ରଦାନ କରାଯିବ।  

ଏହାଛଡ଼ା ବିଭିନ୍ନ ବୟସବର୍ଗ ଅନୁଯାୟୀ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ପ୍ରତିଯୋଗୀମାନେ ଜନ୍ମ ପ୍ରମାଣପତ୍ର ସହ ୩୦୦ ଟଙ୍କା ପ୍ରବେଶିକା ଦେୟ ପ୍ରଦାନ କରିବେ। ଖେଳାଳିମାନଙ୍କ ଜନ୍ମ ୨୦୦୮ ମସିହା ଜାନୁୟାରୀ ୧ ତାରିଖ ପରେ ହୋଇଥିବା ଆବଶ୍ୟକ। ୧୨ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରତିଯୋଗୀମାନେ ନାମ ପଞ୍ଜୀକରଣ କରିପାରିବେ। ପ୍ରତିଯୋଗିତାରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଅଧିକ ବିବରଣୀ ନିମନ୍ତେ ସତ୍ୟ ରଞ୍ଜନ ପଟ୍ଟନାୟକ, ତାପସ ମହାନ୍ତି, ସୂର୍ଯ୍ୟକାନ୍ତ ବିଶୋୟୀଙ୍କ ସହ ଯୋଗାଯୋଗ କରିବାକୁ ସଂଘ ସମ୍ପାଦକ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

"/>

୯ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ୧୨ରୁ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri