ଦୁବାଇ,୯।୮: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଟେଷ୍ଟ ର୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଭାରତର  ରବୀନ୍ଦ୍ର ଜାଡେଜା ବାଂଲାଦେଶର ଶକିବ ଅଲ ହସନଙ୍କୁ ହଟାଇ ଅଲରାଉଣ୍ଡର ତାଲିକାରେ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେଇଛନ୍ତି। ଅଲରାଉଣ୍ଡରମାନଙ୍କ ମଧ୍ୟରେ ଜାଡେଜା ୪୩୮ପଏଣ୍ଟ ଅର୍ଜନ କରିଥିବାବେଳେ ଶକିବଙ୍କ ପଏଣ୍ଟ ସଂଖ୍ୟା ୪୩୧  ରହିଛି। ଜାଡେଜା ବୋଲର ତାଲିକାରେ ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା (୮୮୮ ପଏଣ୍ଟ) ତୃତୀୟ ସ୍ଥାନରେ ରହିଥିବାବେଳେ ବିରାଟ କୋହଲି (୮୧୩ ପଏଣ୍ଟ) ପୂର୍ବଭଳି ୫ମ ସ୍ଥାନରେ ଅଛନ୍ତି। ଷ୍ଟିଭ ସ୍ମିଥ୍‌ ଓ ଜୋ ରୁଟ୍‌ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ତାଲିକାରେ ଅଜିଙ୍କ୍ୟ ରାହାନେ (୭୭୬ ପଏଣ୍ଟ) ୫ଟି ସ୍ଥାନ ପଦୋନ୍ନତି ପାଇ ୬ଷ୍ଠ ସ୍ଥାନରେ ପହଞ୍ଚତ୍ଛନ୍ତି।  ଓପନର କେ.ଏଲ. ରାହୁଲ ୭୩୭ ପଏଣ୍ଟ ସହ ୧୧ ନମ୍ବର ସ୍ଥାନରେ ଅଛନ୍ତି।  ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୫୩ ରନରେ ବିଜୟ ହାସଲ କରିଥିଲା। ଜଡେଜା ଏହି ମ୍ୟାଚରେ ଅପରାଜିତ ୭୦ରନର ଏକ ଇନିଂସ ଖେଳିଥିବାବେଳେ ଗୋଟିଏ ୫ ଉଇକେଟ ସଫଳତା ସମେତ ମୋଟ ୭ଟି ଉଇକେଟ ଅକ୍ତିଆର କରିଥିତ୍ଲେ। ବ୍ୟାଟ୍ସମ୍ୟାନ ତାଲିକାରେ ସେ ୯ ସ୍ଥାନ ଉପରକୁ ଉଠି ୫୧ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ରିଦ୍ଧିମାନ ଶାହ ୪ ସ୍ଥାନ ପଦୋନ୍ନତି ସହ କ୍ୟାରିୟର ଶ୍ରେଷ୍ଠ ୪୪ତମ ସ୍ଥାନରେ ରହିଛନ୍ତି।  ବୋଲର ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ (୮୪୨ ପଏଣ୍ଟ) ଗୋଟିଏ ସ୍ଥାନ ତଳକୁ ଖସି ଜାଡେଜା ଓ ଜିମ୍ମି ଆଣ୍ଡରସନଙ୍କ ପଛକୁ ତୃତୀୟ ସ୍ଥାନକୁ ଚାଲି ଆସିଛନ୍ତି।  ପେସ୍‌ ବୋଲର ମହମ୍ମଦ ସାମି (୨୦ତମ) ଓ ଉମେଶ ଯାଦବ (୨୨ତମ)ଙ୍କୁ ର୍ୟାଙ୍କିଙ୍ଗରେ ପଦୋନ୍ନତି ମିଳିଛି।  ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଶେଷ ପରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ବ୍ୟାଟ୍ସମ୍ୟାନ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୧ତମ ସ୍ଥାନ ଦଖଲ କରିଛନ୍ତି।  ସେ ବୋଲର ତାଲିକାରେ ୧୮ତମ ସ୍ଥାନରେ ରହିଥିବାବେଳେ ଅଲରାଉଣ୍ଡରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଅଛନ୍ତି।  ସ୍ଥିର ପ୍ରଦର୍ଶନ ଯୋଗୁ ର୍ୟାଙ୍କିଙ୍ଗ ତାଲିକାରେ ସେ ଉପରକୁ ଉଠିପାରିଛନ୍ତି।  ଏକ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨୫୦ ରନ ସଂଗ୍ରହ କରିବା ସହ ୨୫ ଉଇକେଟ ଅକ୍ତିଆର କରିବାରେ ସେ ପ୍ରଥମ ଖେଳାଳି ବିବେଚିତ ହୋଇଛନ୍ତି।  ଦକ୍ଷିଣ ଆଫ୍ରିକାର ମୋର୍ନେ ମୋର୍କେଲଙ୍କ ସହ ସେ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।

"/>

ଶକିବଙ୍କୁ ହଟାଇ ଜାଡେଜା ନମ୍ବର ଓ୍ବାନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri