ରୋମ୍‌, ୮ା୮ (ଏଏଫ୍‌ପି)-ପୂର୍ବତନ ଫ୍ରେଞ୍ଚ ଓପନ ଫାଇନାଲିଷ୍ଟ ସାରା ଇରାନୀ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନାରେ ଏକ ପ୍ରକାର ହରମୋନ ଠାବ କରାଯାଇଛି, ଯାହାକି ପୁରୁଷ ହରମୋନ ଟେଷ୍ଟୋଷ୍ଟେରନର ଉପସ୍ଥିତିକୁ ଲୁଚାଇ ରଖିଥାଏ। ଆନାଷ୍ଟ୍ରୋଜୋଲ ନାମକ ଏହି ଔଷଧ ବ୍ରେଷ୍ଟ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଇଟାଲୀର ଦୁଇଟି ଖବରକାଗଜରେ ଏ ସମ୍ପର୍କିତ  ରିପୋର୍ଟ ପ୍ରକାଶ ପାଇଛି।  ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ) ଦ୍ୱାରା ଇଟାଲୀ ପ୍ରଫେସନାଲ ଟେନିସ ଖେଳାଳି ଇରାନୀଙ୍କର ତାଙ୍କ ଦେଶରେ ଫେବୃୟାରୀରେ ଡୋପ୍‌ ଟେଷ୍ଟ ହୋଇଥିଲା।  ଇରାନୀ ୨୦୧୨ ଫ୍ରେଞ୍ଚ ଓପନରେ ରନର୍ସଅପ୍‌ ହୋଇଥିଲେ। ଏହାର ପରବର୍ତ୍ତୀ ବର୍ଷ ସେ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ର୍ୟାଙ୍କିଙ୍ଗ ୫ମ ସ୍ଥାନରେ ପହଞ୍ଚତ୍ପାରିଥିଲେ। ରିପୋର୍ଟ ଅନୁସାରେ, ବର୍ତ୍ତମାନ ବିଶ୍ୱ ର୍ୟାଙ୍କିଙ୍ଗରେ ଇରାନୀଙ୍କ ର୍ୟାଙ୍କିଙ୍ଗ ୯୮ତମ ସ୍ଥାନ। ତାଙ୍କର କାନାଡାରେ ଖେଳିବାର ଥିଲା। ଆଇଟିଏଫ ପକ୍ଷରୁ ସର୍ବସାଧାରଣରେ ତାଙ୍କ ନାମ ଘୋଷଣା ହେବା ପୂର୍ବରୁ ଜବାବ ଦେବା ଲାଗି ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ଚାମ୍ପିୟନଶିପ୍‌ରେ  ୪ଥର ପଦକ ବିଜେତା ଇଟାଲିଆନ ରୋୟର ନିକୋଲୋ ମୋର୍ନାଟି ସମାନ ଉପାଦାନ ପାଇଁ ୨୦୧୬ରେ  ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ।

"/>

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଇରାନୀ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri