ସିଡ୍‌ନୀ, ୭।୮(ଏଏଫ୍‌ପି)- ଅଷ୍ଟ୍ରେଲିଆନ ଅଲିମ୍ପିକ ଲିଜେଣ୍ଡ ବେଟ୍ଟୀ କଟବର୍ଟଙ୍କ ସୋମବାର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଏକମାତ୍ର ଆଥ୍‌ଲେଟ ଭାବେ ଅଲିମ୍ପିକରେ ୧୦୦, ୨୦୦ ଓ ୪୦୦ ମିଟର ରେସରେ ସ୍ବର୍ଣ୍ଣପଦକ ଜିତିବାର ବିରଳ ରେକର୍ଡ ତାଙ୍କ ନାମରେ ରହିଛି। ଅଷ୍ଟ୍ରେଲିଆର ଏହି ତାରକା ମହିଳା ଆଥଲେଟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବୋଲି ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି। ୧୯୫୬ ମେଲବର୍ନ ଅଲିମ୍ପିକ୍ସରେ ମାତ୍ର ୧୮ ବର୍ଷ ବୟସରେ ବେଟ୍ଟୀ ତାଙ୍କର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ଅଲିମ୍ପିକ୍ସର ଏହି ସଂସ୍କରଣରେ ସେ ୧୦୦ ମିଟର, ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ଏହି ସଫଳତା ଲାଗି ଘରୋଇ ଗଣମାଧ୍ୟମ ତାଙ୍କୁ ‘ଗୋଲଡେନ ଗାର୍ଲ’ର ଆଖ୍ୟା ଦେଇଥିଲେ। ଏହାର ୪ ବର୍ଷ ପରେ ସେ ରୋମ ଗେମ୍ସରେ ମାଂସପେଶୀରେ ଆଘାତ ପାଇ ଅବସର ନେଇଥିଲେ। ତେବେ ୧୯୬୪ ଟୋକିଓ ଅଲିମ୍ପିକ୍ସରେ ସେ ପୁନର୍ବାର ଟ୍ରାକୁ ପ୍ରତ୍ୟାବର୍ତ୍ତନ କରି ୪୦୦ ମିଟର ରେସରେ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି ସ୍ବର୍ଣ୍ଣିମ କ୍ୟାରିୟରରେ ସେ ୯ଟି ବିଶ୍ୱ ରେକର୍ଡ କରିଥିଲେ। ତେବେ ଅଲିମ୍ପିକ୍ସ ୧୦୦, ୨୦୦ ଓ ୪୦୦ ମିଟର ରେସରେ ଏକମାତ୍ର ଆଥ୍‌ଲେଟ ଭାବେ ବେଟ୍ଟୀ ସ୍ବର୍ଣ୍ଣପଦକ ହାସଲ କରିବାର ବିରଳ ସଫଳତା ପାଇଛନ୍ତି। ତାଙ୍କର ଏହି ଗୋଟିଏ ରେକର୍ଡ ବର୍ତ୍ତମାନ ବି ଅତୁଟ ରହିଛି। ଏହାକୁ କୌଣସି ମହିଳା କିମ୍ବା ପୁରୁଷ ଆଥଲେଟ ଭାଙ୍ଗିବାରେ ସଫଳ ହୋଇନାହାନ୍ତି। ବେଟ୍ଟୀଙ୍କ ବିୟୋଗରେ ଅଷ୍ଟ୍ରେଲିଆ ଅଲିମ୍ପିକ କମିଟିର ସଭାପତି ଜନ୍‌ କୋଟେସ ଶୋକ ପ୍ରକାଶ କରିଛନ୍ତି। 

"/>

ଅଲିମ୍ପିକ ଲିଜେଣ୍ଡ ବେଟ୍ଟୀଙ୍କ ଦେହାନ୍ତ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri