ନୂଆଦିଲ୍ଲୀ, ୭।୮(ପି.ଟି.): ଫିନ୍‌ଲାଣ୍ଡର ତାମ୍ପେରେଠାରେ ଚାଲିଥିବା ଜୁନିୟର ଓ୍ବାଲର୍‌ଡ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତର ସଜନ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗ୍ରୀକ-ରୋମାନ ବର୍ଗରେ ସଜନ ତୁର୍କୀର ଅଲି ଓସମାନ ଏର୍ବିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ୭୪ କିର୍ଗା ବର୍ଗରେ ୩ୟ ଓ ୪ର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ସଜନ ୬-୧ରେ ବିଜୟ ହାସଲ କରିଥିଲେ। ଏହି ଚାମ୍ପିୟନଶିପ୍‌ରେ ପଦକ ହାସଲ କରିବାରେ ସେ ଏକମାତ୍ର ଭାରତୀୟ ରେସଲର ହୋଇଛନ୍ତି। ପୂର୍ବରୁ ସଜନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଅଖଜୋଲ ମଖମୁଡୋଭଙ୍କଠାରୁ ହାରିଯାଇଥିଲେ। ତେବେ ଅଖଜୋଲ ଫାଇନାଲ ରାଉଣ୍ଡକୁ ପ୍ରବେଶ କରିବାରୁ ସଜନଙ୍କୁ ରିପେଜ ରାଉଣ୍ଡ ଖେଳିବାର ସୁଯୋଗ ମିଳିଲା। ଏଥିରେ ସେ ୨ଟି ମ୍ୟାଚ୍‌ ଜିତି ବ୍ରୋଞ୍ଜ ପଦକ ଲଢ଼େଇକୁ ଯୋଗ୍ୟତା ହାସଲ କରିଥିଲେ। ସେହିପରି ଅନ୍ୟତମ ଭାରତୀୟ ରେସଲର ମନୀଷ (୬୦ କିଗ୍ରା) ଇଜିର ହାସାନ ଅହମ୍ମଦ ମହମ୍ମଦଙ୍କଠାରୁ ୪-୩ରେ ହାରି ଅଳ୍ପକେ ବ୍ରୋଞ୍ଜ ପଦକ ଜିତିବାରୁ ବଞ୍ଚତ୍ତ ହୋଇଛନ୍ତି।

"/>

ରେସ୍‌ଲର ସଜନଙ୍କୁ ବ୍ରୋଞ୍ଜ ପଦକ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri