କଟକ ଅଫିସ,୧ା୮- ଚହଟାନଗରସ୍ଥିତ ଗୌରବ ପ୍ୟାଲେସ୍ରେ କଟକ ଜିଲା ଚେସ୍ ସଂଘ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ୭ବର୍ଷରୁ କମ୍ ଚେସ୍ ଚାମ୍ପିୟନଶିପ୍ ସୋମବାର ଉଦ୍ଯାପିତ ହୋଇଯାଇଛି ଓପନ୍ ବର୍ଗରେ ଶ୍ରେୟାଂଶ ହୋତା ଏବଂ ବାଳିକା ବର୍ଗରେ ଶ୍ରୁତି ସ୍ନେହୀ ଚାମ୍ପିୟନ ହୋଇଛନ୍ତି ଓପନ୍ ବର୍ଗରେ ହୋଇଥିବା ମୁକାବିଲାରେ ଶ୍ରେୟାଂଶ ୭ ରାଉଣ୍ଡରୁ ସର୍ବାଧିକ ୬.୫ ପଏଣ୍ଟ ହାସଲ କରିଥିଲେ ତାଙ୍କ ପଛକୁ ମହାବୀର ପାତ୍ର, ମାନଭ ଦାସ, ରୋହିତ ମଲ୍ଲିକ, ଶ୍ରୀୟାଂଶ ଦେ ୫.୫ ପଏଣ୍ଟ ହାସଲ କରି କ୍ରମାଗତ ଭାବେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି ସେହିପରି ବାଳିକା ବର୍ଗର ୬ ରାଉଣ୍ଡ ମୁକାବିଲାରେ ଶ୍ରୁତି ସ୍ନେହୀ, ଶ୍ରଦ୍ଧା ମିଶ୍ର ଏବଂ ସାଇ ସମ୍ପ୍ରଦା ମହାନ୍ତି ୩ଜଣ ଯାକ ୫ ପଏଣ୍ଟ ଲେଖାଏ ହାସଲ କରିଥିଲେ ତେବେ ଟାଇବ୍ରେକର ପଦ୍ଧତିରେ ଶ୍ରୁତି ସ୍ନେହୀଙ୍କୁ ଚାମ୍ପିୟନ ଘୋଷଣା କରାଯାଇଥିଲା ଶ୍ରଦ୍ଧା ମିଶ୍ର ଏବଂ ସାଇ ସମ୍ପ୍ରଦା ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ରହିଥିଲେ ଏହି ବର୍ଗରେ ଅଂଶିତା ପଟ୍ଟନାୟକ ୪ର୍ଥ, ପ୍ରତ୍ୟାଶା ଜେନା ୫ମ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ୬ଷ୍ଠ ସ୍ଥାନରେ ରହିଛନ୍ତି ଅନ୍ୟପକ୍ଷରେ ପ୍ରତିଯୋଗିତାର ବୟସ ଭିତ୍ତିରେ ଶ୍ରେଷ୍ଠ ଖେଳାଳି ବଛାଯାଇଥିଲା ୬ବର୍ଷରୁ କମ୍ ବାଳକ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର, ୬ବର୍ଷରୁ କମ୍ ବାଳିକା ବର୍ଗରେ ଆୟୁଷୀ ମହାନ୍ତି, ୫ବର୍ଷରୁ କମ୍ ବାଳକ ବର୍ଗରେ ସିୟମ ସତ୍ୟାଂଶ, ୫ବର୍ଷରୁ କମ୍ ବାଳିକା ବର୍ଗରେ ଆରାଧ୍ୟା ଦାସଙ୍କୁ ପୁରସ୍କୃତ କରାଯାଇଥିଲା  ତେବେ ଏହି ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାଠାରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପଯର୍ୟନ୍ତ ଜାତୀୟ ୭ବର୍ଷରୁ କମ୍ ଚେସ୍ ଚାମ୍ପିୟନଶିପ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତାର ଓପନ୍ ବର୍ଗର ଶ୍ରେଷ୍ଠ ୫ଜଣ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ୨ଜଣ ଖେଳାଳି ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦିଆଯାଇଥିଲା ସନ୍ତୋଷ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟଅତିଥି, ବିଜ୍ଞ କିଶୋର ମହାନ୍ତି ଓ ଶେଖର ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ରାଜେନ୍ଦ୍ର କୁମାର ସେଠୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ରଞ୍ଜନ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସେକ୍ ମନସୂର ଅଲ୍ଲୀ, ସୂଯର୍ୟକାନ୍ତ ବିଶୋୟୀ, ହେମନ୍ତ ନାୟକ, ନୂରୁଦ୍ଦିନ ସରିଫ୍, ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ

"/>

ଶ୍ରେୟାଂଶ, ଶ୍ରୁତି ଚାମ୍ପିୟନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri