Posted inଖେଳ

ପେଟରୁ ରକ୍ତସ୍ରାବ ପରେ ICUରେ ଶ୍ରେୟସ ଆୟର, ଶୀଘ୍ର ଭିସା ପାଇଁ ଆବେଦନ କଲେ ବାପା-ମା’

ନୂଆଦିଲ୍ଲୀ,୨୭।୧୦: ଭାରତର ଦିନିକିଆ ଉପ-ଅଧିନାୟକ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଆହତ ହେବା ପରେ ସିଡନୀର ଏକ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU) ରେ ଭର୍ତ୍ତି ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ପଞ୍ଜରା ତଳ ଅଞ୍ଚଳରେ ଶକ୍ତ ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କର ସ୍ପ୍ଲିନ୍ରେ ଲାସେରେସନ୍ ଆଘାତ (Laceration injury to the spleen) ହୋଇଥିବା ସ୍କାନ୍‌ରୁ ଜଣାପଡ଼ିଛି।

ହର୍ଷିତ ରାଣାଙ୍କ ବଲ୍‌ରେ ଆଲେକ୍ସ କ୍ୟାରିଙ୍କ ଏକ କ୍ୟାଚ୍ ଧରିବା ସମୟରେ ଆୟର ଅସାବଧାନତାବଶତଃ ବାମ ପଞ୍ଜରା ଓ କହୁଣୀ ଉପରେ ପଡ଼ିଯାଇଥିଲେ। BCCI ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆୟର ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତଥାପି, ଅନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ICUରେ ରଖାଯାଇଛି।

ଆଘାତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶ୍ରେୟସ ଆୟରଙ୍କ ବାପା-ମା’ ଅର୍ଜେଣ୍ଟ ଭିସା (Urgent Visas) ପାଇଁ ଆବେଦନ କରିଛନ୍ତି, ଯାହାଫଳରେ ସେମାନେ ତୁରନ୍ତ ସିଡନୀରେ ପହଞ୍ଚି ପୁଅଙ୍କ ସହ ରହିପାରିବେ।

BCCI ର ମେଡିକାଲ ଟିମ୍ ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆୟରଙ୍କ ଆଘାତ ଉପରେ ତୀକ୍ଷ୍ଣ ନଜର ରଖିଛି। ଭାରତୀୟ ଦଳର ଡାକ୍ତର ତାଙ୍କ ଦୈନିକ ଅଗ୍ରଗତିର ମୂଲ୍ୟାଙ୍କନ ପାଇଁ ଶ୍ରେୟସଙ୍କ ସହ ସିଡନୀରେ ରହିବେ।

ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଆୟରଙ୍କ ଅଂଶଗ୍ରହଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଘାତ ପୂର୍ବରୁ ଶ୍ରେୟସ ଆୟର ଚମତ୍କାର ଫର୍ମରେ ଥିଲେ। ଚଳିତ ସିରିଜ୍‌ର ଦୁଇଟି ମ୍ୟାଚରେ ସେ ୭୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଆଡିଲେଡ୍ ଦିନିକିଆରେ ୭୭ ବଲରେ ଏକ ଗୁରୁତ୍ୱପୂର୍ଣ୍ଣ ୬୧ ରନର ଇନିଂସ ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି,...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

ଭାରତର ସବୁଠୁ ବଡ଼ ଦାନବୀର: ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି…

ନୂଆଦିଲ୍ଲୀ,୭।୧୧: ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ...

ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Zର ହୋହାଲ୍ଲା

ଇସଲାମାବାଦ,୭।୧୧: ପାକ ଅଧିକୃତ କଶ୍ମୀର (ପିଓକେ) ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରତିବାଦ ପ୍ରଦର୍ଶନ କରିଛି। ଗୁରୁବାର ଶହ ଶହ...

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ...

୬ ବର୍ଷ ଶିଶୁର ଗୁଳିରେ ଆହତ ହୋଇଥିବା ଶିକ୍ଷୟିତ୍ରୀଙ୍କୁ ମିଳିବ ୧୦ ମିଲିୟନ ଡଲାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୭।୧୧: ଆମେରିକାର ଭର୍ଜିନିଆ ରାଜ୍ୟରେ ଜଣେ ଛଅ ବର୍ଷର ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ଆହତ କରିଥିଲେ। ଆହତ ଶିକ୍ଷୟିତ୍ରୀ, ଆବିଗାଲ ଜ୍ୱର୍ନର, ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri