ଚମକାଇଦେବ କାହାଣୀ, ଆତଙ୍କବାଦୀ ଲାଡେନଙ୍କୁ ମାରିଥିବା ଟିମ୍‌କୁ ଇଞ୍ଚଟେପ୍‌ ଉପହାର ଦେଇଥିଲେ Barack Obama

ଓ୍ବାଶିଂଟନ୍‌,୧୮।୨: ବିଶ୍ୱର ସବୁଠାରୁ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ Osama bin Laden କୁ ନିପାତ କରାଯିବାର ୧୩ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଆମେରିକୀୟ ସେନାର ଏହି ଗୁପ୍ତ ଅପରେସନ ଆଜି ମଧ୍ୟ ଚର୍ଚ୍ଚାରେ। କାରଣ ସେହି ସମୟରେ ଆମେରିକା ଯେପରି ପାକିସ୍ତାନରେ ଏଣ୍ଟ୍ରି କରି ଲାଡେନଙ୍କୁ ହତ୍ୟା କରିଥିଲା, ତାହା ଏକ ଦୁଃସାହସିକ ଅପରେସନ ଥିଲା। କିନ୍ତୁ ଆପଣ ଜାଣନ୍ତି କି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଓସାମାଙ୍କୁ ହତ୍ୟା କରିଥିବା ଏହି ଟିମ୍‌କୁ କାହିଁକି ଏକ ଇଞ୍ଚଟେପ ଉପହାର ଦେଇଥିଲେ? ଆସନ୍ତୁ ଜାଣିବା ସେ ବିଷୟରେ…

ଆମେରିକା ପାକିସ୍ତାନରେ ଏଣ୍ଟ୍ରି କରି ଆତଙ୍କବାଦୀ ଓସାମା ବିନ ଲାଡେନକୁ ହତ୍ୟା କରିଥିଲା। ପୂର୍ବତନ ରାଷ୍ଟ୍ରପତି Barack Obama ମଧ୍ୟ ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିଜ୍ଡ ଲ୍ୟାଣ୍ଡ’ରେ ଏହି ଅପରେସନ ବିଷୟରେ ଲେଖିଛନ୍ତି।

ଯେଉଁଦିନ ଲାଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଥିଲା, ସେହି ଦିନ ହୱାଇଟ ହାଉସ ସମସ୍ତ ସାର୍ବଜନୀନ ଗସ୍ତକୁ ବାତିଲ କରିଦେଇଥିଲା। ଏହା ପରେ, ଅପରାହ୍ନ ପ୍ରାୟ ୧ଟାରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଟମ ଡୋନିଲନ, ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ, ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ଏବଂ ଅନେକ ଅଧିକାରୀ ସିଚୁଏସନ ରୁମ କମ୍ପ୍ଲେକ୍ସର ବଡ଼ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ। ଯାହା ପରେ ଅପରାହ୍ନ ୧:୨୨ ରେ CIA ନିର୍ଦ୍ଦେଶକ ଲିଓନ ପାନେଟା ଅପରେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ଅପରାହ୍ନ ୨ଟାରେ, ଯେତେବେଳେ ହେଲିକପ୍ଟରଗୁଡ଼ିକ ଆଫଗାନିସ୍ତାନରୁ ଆବୋଟାବାଦ ଅଭିମୁଖେ ଉଡ଼ାଣ ଭରୁଥିଲା, ରାଷ୍ଟ୍ରପତି ଓବାମା ତାଙ୍କ ଜାତୀୟ ସୁରକ୍ଷା ଦଳରେ ଯୋଗଦେବା ପାଇଁ ସିଚୁଏସନ ରୁମରେ ପହଞ୍ଚିଲେ। ଯାହା ପରେ ସେ ସମସ୍ତ ପରିସ୍ଥିତି ଉପରେ ନଜର ରଖିଥିଲେ।

ଲାଡେନର ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ ହେବା ମାତ୍ରେ ଓବାମା ତାଙ୍କ ଦଳକୁ କହିଥିଲେ ଯେ ମୁଁ ଏହି ଅପରେସନ ଦେଖିବାକୁ ଚାହୁଁଛି। କିନ୍ତୁ ଓବାମା ଅପରେସନର ଲାଇଭ ଫିଡ ଦେଖିବାର ମାତ୍ର ଗୋଟିଏ ମିନିଟ ପରେ, ବ୍ଲାକ ହକ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ବିଷୟରେ ଚିନ୍ତିତ ହୋଇଗଲେ। ତଥାପି, କିଛି ମିନିଟ ପରେ ସେମାନେ ସୂଚନା ପାଇଲେ ଯେ ଅପରେସନ ସଫଳ ହୋଇଛି। ଯାହା ପରେ ଓବାମାଙ୍କ ସମେତ ଅନ୍ୟ ସମସ୍ତ ଉଚ୍ଚ ପଦାଧିକାରୀ ବହୁତ ଖୁସି ହୋଇଥିଲେ।

ଆତଙ୍କବାଦୀ ଲାଡେନର ମୃତ୍ୟୁ ଖବର ପରେ ପରେ, ଓସାମା କୁ ହିଁ ହତ୍ୟା କରାଯାଇଛି କି ନାହିଁ ଜାଣିବା ପାଇଁ ଶରୀର ମାପ ନେବା ଆବଶ୍ୟକ ଥିଲା। ଯାହା ପରେ ରାଷ୍ଟ୍ରପତି Barack Obama ଲାଡେନଙ୍କୁ ହତ୍ୟା କରିଥିବା ଜଏଣ୍ଟ ସ୍ପେଶାଲ ଅପରେସନ କମାଣ୍ଡର ଦାୟିତ୍ୱରେ ଥିବା ସିଲ ଭାଇସ-ଏଡମିରାଲ ବିଲ ମ୍ୟାକରେଭେନଙ୍କୁ ଉପହାରରେ ଏକ ଇଞ୍ଚଟେପ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri