ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶନିବାର ବରିଷ୍ଠ ନାଗରିକ ଏବଂ ପେନଶନ ଉପଭୋକ୍ତାଙ୍କ ନିମନ୍ତେ ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀପାଦ ପ୍ରସାଦ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ହରିକୃଷ୍ଣ ପଣ୍ଡା, ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,ବ୍ଲକ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ,ବ୍ୟାଙ୍କ କ୍ଷେତ୍ର ଅଧିକାରୀ ଜଗନ୍ନାଥ ପାତ୍ର,ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ନାଗେଶର ରାଓ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ ସେଣ୍ଟର ର ଡାକ୍ତର ଓ କର୍ମଚାରୀ ବୃନ୍ଦ ପେନସନ ଉପଭୋକ୍ତା ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।