ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି

କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। ତେବେ ସ୍ଥିତି ସ୍ବାଭାବିକ ଥିବା କହିଛନ୍ତି ସିପି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କଡ଼ା ଚେତାବନୀ ଦେଇଛନ୍ତି।

 

Dharitri – The Largest & Most Trusted Odia Daily

 

Share