ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପରିବାର କହିଲେ ସସ୍ମିତାଙ୍କ ସହିତ ମା’ସେମନ୍ତି ସାହୁ ଓ ସ୍ବାମୀ ନରେନ୍ଦ୍ର ସାହୁ। ୩ ପ୍ରାଣୀ କୁଟୁମ୍ବ ହସଖୁସିରେ କୁଲି ମଜୁରି କରି ଚଳିଆସୁଥିବା ବେଳେ ହଠାତ ସତେ ଯେମିତି ପରିବାରକୁ କଳା ବାଦଲ ଢାଙ୍କି ଦେଇଛି। ସସ୍ମିତାଙ୍କ ଡାହାଣ ଗୋଡରେ ସାମାନ୍ୟ ବଥ ବାହାରି ଥିଲା। ଏହା ଏତେ ମାରାତ୍ମକ ହେବ ବୋଲି କେହି ଜାଣି ନ ଥିଲେ। ସ୍ବାମୀ ନରେନ୍ଦ୍ର ସଞ୍ଚିତ ଅର୍ଥ, ସୁନା ଗହଣା ବିକ୍ରି କରିବା ସହ ଧାର କରଜ କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଅର୍ଥ ଅଭାବ ଯୋଗୁ ସସ୍ମିତାଙ୍କୁ ଭଲ ଚିକିତ୍ସା କରାଇ ପାରୁ ନାହାନ୍ତି। ସସ୍ମିତା ଏବେ ୬ମାସ ହେବ ମରଣ ସହ ସଂଘର୍ଷ କରି ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ଉଚ୍ଚ ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବାରୁ ରୋଗଣା ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ଏବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ଏପଟେ ସ୍ତ୍ରୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଏମାନଙ୍କୁ ସରକାରୀ ସୁବିଧା କହିଲେ ରାଶନ କାର୍ଡରେ ମାତ୍ର ୧୦ କିଲୋ ଚାଉଳ ମିଳୁଛି। ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟକାର୍ଡ ହୋଇପାରି ନାହିଁ । ଫଳରେ ଉଚ୍ଚ ଚିକିତ୍ସା ହୋଇପାରୁନାହିଁ। ସ୍ବାସ୍ଥ୍ୟକାର୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ବୋଲି କୋହଭରା କଣ୍ଠରେ ପରିବାର ଲୋକେ କହିଛନ୍ତି। ଏହି କାର୍ଡ ମିଳିଲେ କୌଣସି ବଡ଼ ଡାକ୍ତରଖାନା ଯାଇ ଉଚ୍ଚ ଚିକିତ୍ସା ପାଇପାରନ୍ତେ ବୋଲି ଗ୍ରାମବାସୀ କହୁଥିବା ବେଳେ ପରିବାର ପାଇଁ ନିହାତି ସରକାରୀ ସହାୟତା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ସସ୍ମିତାଙ୍କ ଉତ୍ତମ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ସରକାର, ପ୍ରଶାସନ ଦୃଷ୍ଟିଦେବା ସହିତ କୌଣସି ସ୍ବେଚ୍ଛାସେବୀ ସଙ୍ଗଠନ, ସମାଜସେବୀ ଓ ସହୃଦୟ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ ପାଇଁ ପରିବାର ସମେତ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri