କୁକୁଡା କିଣି ଘରକୁ ଫେରିଲେନି, ଜଙ୍ଗଲରେ ହାତୀ କଚାଡି ମାରିଲା


ସେରଗଡ, ୫।୧୨ (ଡି.ଏନ୍‌.ଏ.)-ପୂଜା ପାଇଁ କୁକୁଡା କିଣିବାକୁ ଯାଇଥିଲେ। ହେଲେ କୁକୁଡା ଧରି ଗାଁକୁ ଫେରି ପାରିଲେନି। ଫେରିବା ବାଟରେ ଜଙ୍ଗଲ ଭିତରେ ହାତୀ କଚାଡି ମାରି ଦେଇଛି। ଜଣେ ନୁହେଁ ବରଂ ଦୁଇ ଜଣଙ୍କ ଜୀବନ ଯାଇଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ବଣ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ତେର୍ଲୋ ପଖାପଦର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁଇ ମୃତକ ହେଲେ ମେଟା ମାଝି ଓ ପିତାମ୍ବର ମାଝି। ମଙ୍ଗଳବାର ସକାଳୁ ଏହି ଘଟଣା ଜଣା ପଡିଥିଲା। ତେବେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚତ୍ଥିବା ବେଳେ ପରେ ନର୍ଲା ପୋଲିସ୍‌ ପହଞ୍ଚତ୍ଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂପର୍କରେ ନର୍ଲା ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ କହିଛନ୍ତି ଯେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହାତୀ ଯୋଗୁଁ ମୃତ୍ୟୁ ଘଟିଥିବା ଦି ପ୍ରମାଣ ମିଳେ ତାହାହେଲେ ଉଭୟ ମୃତକଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ମୃତ ମେଟା ମାଝିଙ୍କ ସ୍ତ୍ରୀ ରଇବାରି ମାଝି ଓ ପିତାମ୍ବର ମାଝିଙ୍କ ସ୍ତ୍ରୀ ଶାନ୍ତି ମାଝିଙ୍କ କହିବା ଅନୁସାରେ ଉଭୟ ସେମିଯାତ୍ରା (ଶିମ୍ବଯାତ୍ରା) ପୂଜା ପାଇଁ କୁକୁଡା କିଣିବାକୁ ନିକଟସ୍ଥ ଘଟୁପଡାକୁ ସୋମବାର ଅପରାହ୍ନରେ ଯାଇଥିଲେ। କୁକୁଡା କିଣି ଦୁହେଁ ଜଙ୍ଗଲର ଅଣଓସାରିଆ ରାସ୍ତାରେ ଫେରୁଥିବା ବେଳେ ବଣୁଆ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଦୁହିଁଙ୍କୁ ସାଇକଲ ସହ କଚାଡି ଦେଇଥିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ରାତି ସୁଦ୍ଧା ଘରେ ନ ପହଞ୍ଚତ୍ବାରୁ ଘର ଲୋକେ ଖୋଜାଖୋଜି କରି ଜଙ୍ଗଲ ରାସ୍ତାରେ ଦୁହିଁଙ୍କର ମୃତଦେହ ପାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri