ବିଜେପୁର ବିଜେଡିରେ କୁହୁଳୁଛି ଅସନ୍ତୋଷ, ପୂର୍ବତନ ବରପାଲି ବ୍ଲକ ସଭାପତିଙ୍କ ଇସ୍ତଫା


ବରଗଡ଼ ଅଫିସ,୪।୧୨- ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଜେଡିରେ ମିଶିବା ଓ ଆସନ୍ତା ଉପନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଜେପୁର ବିଜେଡିରେ ଅସନ୍ତୋଷ କୁହୁଳୁଛି। ଗତ କିଛିଦିନ ମଧ୍ୟରେ ଜଣକ ପରେ ଜଣେ ନେତା ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗଦେଉଛନ୍ତି। ଏହି କ୍ରମରେ ସୋମବାର ପୂର୍ବତନ ବରପାଲି ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ ଧୀରଜ କୁମାର ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜିଲା ବିଜେଡି ସଭାପତି ଓ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶନିବାର ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅଶୋକ ପାଣିଗ୍ରୀହୀ କିଛିଦିନ ତଳେ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri