ଦୁର୍ଘଟଣାରେ ଜଣେ ମୃତ: ୨ ଘଣ୍ଟା ରାସ୍ତାରୋକୋ


କଣ୍ଟାମାଳ,୪।୧୨(ଡି.ଏନ୍‌.ଏ.)- ଶନିବାର ରାତିରେ ଏକ କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଓ ଅନ୍ୟଜଣେ ଗୁରୁତର ଆହତ ହେବା ଘଟଣାକୁ ନେଇ ବୌଦ୍ଧ ଜିଲା ଖଟଖଟିଆଠାରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମନମୁଣ୍ଡ-କଣ୍ଟାମାଳ ରାସ୍ତାର ଖଟଖଟିଆଠାରେ ରବିବାର ୨ ଘଣ୍ଟା ରାସ୍ତାରୋକୋ କରିଥିଲେ। ସୂଚନା ଅନୁଯାୟୀ, ଶନିବାର ରାତି ୮ଟାରେ ଖଟଖଟିଆ ଗାଁର ବୀରକିଶୋର କର୍ଣ୍ଣ (୨୨) ଓ ତ୍ରିଲୋଚନ ବାଘ (୨୦) ଗାଁ ପୋଖରୀରୁ ଶୌଚ ହୋଇ ଫେରୁଥିଲେ। ଗାଁର ଗୁଡ଼ି ପାଖରେ ସେମାନଙ୍କ ପଛରୁ ଆସୁଥିବା ଓଡି୨୭-ଏ୦୪୪୪ନଂ ଇଣ୍ଡିକା କାର୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲା ମୁଖ୍ୟ ଡାକ୍ତରଖାନା ଆଣିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ବୀରକିଶୋରଙ୍କୁ ବୁର୍ଲା ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବୀରକିଶୋରଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଲୋକେ ଟାୟାର ଜାଳି ଅପରାହ୍ନ ୨ଟାରୁ କଣ୍ଟାମାଳ-ମନମୁଣ୍ଡା ରାସ୍ତା ଅବରୋଧ କରିଥିଲେ। ଡ୍ରାଇଭାରଙ୍କୁ ଗିରଫ କରିବା ସହ ବୀରକିଶୋରଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଘଟଣାସ୍ଥଳରେ ଆଇଆଇସି ଉମାକାନ୍ତ ପ୍ରଧାନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାଶୁଝା ପରେ ଅପରାହ୍ନ ୪ଟାରେ ରାସ୍ତାରୋକୋ ହଟିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri