ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠଗଣ୍ଡି, ପଟା ଜବତ


ସୋହେଲା, ୩।୧୨(ଡି.ଏନ୍‌.ଏ.)- ବରଗଡ଼ ଜିଲା ସୋହେଲା ଥାନା ଅଧୀନ ଚିଚିଣ୍ଡା ଗ୍ରାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଓ ପଟା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଚିଚିଣ୍ଡା ଗ୍ରାମର ମୁନୀରାମ ପଧାନ ବେଆଇନ ଭାବେ ଏକ କାଠ ଫ୍ୟାକ୍ଟ୍ରି ଚଳାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସର୍କଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ଅଧିକାରୀମାନେ ଫ୍ୟାକ୍ଟ୍ରିରୁ ବିପୁଳ ପରିମାଣରେ ମହୁଲ, ଗମ୍ଭାରୀ, କସି, ଜାମୁ, ସାଗୁଆନ, ଖଇର କାଠ ଗଣ୍ଡି ସହ ପଟା ଜବତ କରିଥିଲେ। ସମସ୍ତ ଜବତ କାଠ ଗଣ୍ଡି ଓ ପଟାକୁ ସ୍କ୍ବାର୍ଡ ପକ୍ଷରୁ ଘେଁସ ରେଞ୍ଜ କାର୍ଯ୍ୟାଳୟରେ ଜିମା ଦିଆଯାଇଛି। ଏପରି କି ଅଧିକାରୀମାନେ ମୁନୀରାମଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ଚଳାଇଛନ୍ତି। ଏହି ଚଢ଼ାଉରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଇନ୍‌ଚାର୍ଜ ଜଗଦୀଶ ପୁରୋହିତ, ଫରେଷ୍ଟର କେଶବ ଓରାମ, ଫରେଷ୍ଟ ଗାର୍ଡ ଜଗଦୀଶ ପାଣିଗ୍ରାହୀ, କୃପାସିନ୍ଧୁ ପଧାନ, ଧର୍ମେଶ ସାହ, ସୁକାନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଫେକ୍ଟ୍ରିରୁ ୨୯.୯୮ ସିଏଫଟିର କାଠ ଗଣ୍ଡି ଓ ପଟା ଜବତ ହୋଇଥିବା ରେଞ୍ଜର ରେବତୀ ରମଣ ଯୋଶୀ କହିଛନ୍ତି। ଏଥି ସହ ବନ ବିଭାଗ ଅଧିକାରୀମାନେ ଫ୍ୟାକ୍ଟ୍ରିରୁ କାଠ କଟାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା(ନଂ. ୬୬/୧୭) ରୁଜୁ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri