ପ୍ରେମୀଯୁଗଳଙ୍କୁ ତାଗିଦ୍‌ କରିବାକୁ ଯାଇ ଅସଦାଚରଣର ଭାଇରାଲ ଭିଡ଼ିଓକୁ ନେଇ ଆଲୋଡ଼ନ


ବରଗଡ଼ ଅଫିସ୍‌/ପଦ୍ମପୁର,୩।୧୨- ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଏକ ହ୍ବାଟ୍ସଅପ୍‌ ଭାଇରାଲ ଭିଡ଼ିଓକୁ ନେଇ ଆଲୋଡ଼ନ ଖେଳି ଯାଇଛି। ଏ ନେଇ ବର୍ତ୍ତମାନ ସୁଦ୍ଧା କେହି ଏତଲା ଦେଇ ନ ଥିବାବେଳେ ପୋଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିଛି। ବରଗଡ଼ ଏସ୍‌ପି ବି. ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଏସ୍‌ଡ଼ିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏହାର ତଦନ୍ତ କରୁଛନ୍ତି। ତେବେ ସେହି ଭିଡ଼ିଓଟି ପଦ୍ମପୁର ଅଞ୍ଚଳର କି ନୁହେଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର ଅଧିକ ତଦନ୍ତ ଚାଲିଥିବା ଏସଡ଼ିପିଓ ପଣ୍ଡା କହିଛନ୍ତି। ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଏକ ହ୍ବାଟ୍ସଅପ୍‌ ଭିଡ଼ିଓ ଭାଇରାଲ୍‌ ହେଉଛି। ଏହି ଭିଡ଼ିଓ ଏକ ନିଛାଟିଆ ସ୍ଥାନରେ ଗପସପ କରୁଥିବା ୨ଯୁବତୀ ଯୁବକଙ୍କୁ ତାଗିଦ୍‌ କରିବାକୁ ଯାଇ କିଛିଲୋକେ ସେମାନଙ୍କୁ ଧମକ୍‌ଚମକ୍‌ ଓ ଅସଦାଚରଣ ପ୍ରଦର୍ଶନର ଦୃଶ୍ୟ ରହିଛି। ଭିଡ଼ିଓର ଦୃଶ୍ୟରୁ ଯୁବତୀ ଜଣକ ଜଣେ କଲେଜ ଛାତ୍ରୀ ଭଳି ଜଣାପଡୁ ଥିବାବେଳେ ଯୁବକଜଣକ ତାଙ୍କ ପ୍ରେମିକ ହୋଇଥିବା ଅନୁମାନ କରାଯାଉଛି। ମାତ୍ର ଉଭୟେ ରୁମାଲ୍‌ ଯୋଗେ ନିଜ ମୁହଁ ଘୋଡ଼ାଇ ରଖିଥିବା ଯୋଗୁ ସେମାନଙ୍କୁ ସ୍ପଷ୍ଟଭାବେ ଚିହ୍ନଟ କରାଯାଇ ପାରୁନାହିଁ। ତେବେ ପୋଲିସ ତଦନ୍ତ ପରେ ଏଥିରୁ ପରଦା ହଟିବ ବୋଲି ସାଧାରଣରେ ଆଲୋଚିତ ହେଉଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri