ଭତା ଲାଗି ବିଡିଓକୁଁ ଗୁହାରୀ


ଦେଓଗାଁ, ୩।୧୨ (ଡି.ଏନ.ଏ.)- ଦେଓଗାଁ ବ୍ଲକକେ ଲଣ୍ଡାପଥର ପନ୍‌ଚେତ ରୁଗୁଡିପାଲି ଗାଁର ୨ ଝନ ବୁଢ଼ା ଭତା ପାଏବାର ଆଶରେ ଶୁକୁରବାର ବିଡିଓକଁୁ ଗୁହାରୀ କରବାକେ ଆସିଥିବାର ଜନାପଡିଛେ। ସେ ଗାଁର ଦଖିଲ ଖେତି(୬୬) ଆର କପିଲ ଡାଙ୍ଗ(୮୨) ବାରବାର ଭତା ଲାଗି ଆବେଦନ କରି ନିରାଶ ହେଲା ଉତରୁ ଶେଷେ ବିଡିଓକୁଁ ଗୁହାରୀ କରବାର ଲାଗି ଆସିଥିବାର କହିଛନ। କପିଳ ଡାଙ୍ଗ କହେବାର ହିସାବେ ଆଜକେ ୧୫ ବଛର ହେଲା ପନ୍‌ଚେତ ପରତିନିଧିମାନକୁ ଗୁହାରୀ କରିଆସୁଛନ ହେଲେ କେହି ତାକର କଥା ନାଇଁ ଶୁନଲେ କି ସାହାଯ୍‌ ଭିଲ ନାଇଁ କଲେ। ଯଦି ପରଶାସନ ମୋର ଭତା ପାଏବାର ବେବସତାଟା କରତା ତ ଇ ବୁଢ଼ା ବଏସେ ମୋର କାମକେ ଆଏତେ ବଲି କହିଛନ। ସେନ୍‌ତା ଦଖିଲ ଖେତି କହିଛନ ଯେ ଆଜକେ ବହୁତ ଦିନ ହେଲା ଦୁହିଝନ ବ୍ଲକକେ ଆଏବାର ଲାଗି ବାହାରୁଥିଲୁଁ। ହେଲେ ଗାଁରୁ ବ୍ଲକଟା ୨୦/୩୦ କିମି ଦୂରିଆ ହେବାର ଲାଗି ଆସି ନାଇଁ ହେଉଥିଲା। ଆଜି ଝନେ ସମାଜିକ କର୍ମୀ ସାହାଯ୍‌ କଲେ ଯେ ଗୁହାରୀ କରବାକେ ଆସିପାରଲୁଁ ବଲି କହିଥିଲେ। ଏନ୍‌ତା ବହୁତଯେ ବୁଢ଼ୀବୁଢ଼ା ଭତା ପାଏବାର ଆଶରେ ଥିଲାବେଲକେ ବହୁତଟେ ପନ୍‌ଚେତରେ ମଲା ଲୁକ୍‌କର ନାଁରେ ଭତା ହରିଲୁଟ ହେଉଥିବାର ଅଭିଯୋଗ ହେଉଛେ। କେତେ ଦିନ ଆଗରୁ ମକୁନ୍ଦପୁର ପନ୍‌ଚେତରେ ୫୦ରୁ ଅଧ୍‌କା ମଲା ଲୁକ୍‌କର ନାଁରେ ବଛର ବଛର ହେଲା ଭତା ହରିଲୁଟ ହେଉଥିଲା। ସରକାରୀ ଅଧ୍‌କାରୀମାନକର ଉଦାସୀନ ମନଭାବ ଲାଗି ୬୦ ବଛରରୁ ଅଧ୍‌କା ହେଲା ଅସହାୟ ବୁଢ଼ୀବୁଢ଼ା, ବିଧବା ଆର ଦିବ୍ୟାଙ୍ଗମାନେ ଭିଲ ସରକାରକଁର ପେନସନ ଯୋଜନାର ସୁଫଲ ନାଇଁ ପାଇପାରବାର। ବୁଧିଜୀବୀମାନକର ଅନସାରେ ଫି ପନ୍‌ଚେତରେ ଝନେ ଅଧ୍‌କାରୀ ସବୁ ଓ୍ବାର୍ଡର ଅସହାୟ ବୁଢ଼ୀବୁଢ଼ାମାନକର ପାଖକେ ଯାଇ ଆବେଦନ ଫର୍ମ ପୁରନ କରି ଭତା ଦେବାର ବେବସତା କଲେ ସରକାରକଁର ଇ ମହତ ଯୋଜନା ସଫଲ ହେଇପାରତା ବଲି ମତ ଦେଇଛନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri