୧୦ ବଛର ହେଲା ଭତ୍ତାର ଲାଗି ଦଉଡୁଛନ ଜୟନ୍ତୀ


ବାମରା, ୩।୧୨ (ସ୍ବ.ପ୍ର.): ଡିସେମ୍ବର ୩ ତାରିଖ ରବିବାର ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଭିିନ୍ନକ୍ଷମ ମାନକର ଲାଗି ସରକାର ବହୁତ ସୁବିଧା କରୁଛନ। ହେଲେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପନ୍‌ଚେତର ଝନେ ୩୦ ବଛରର ଭିନ୍ନକ୍ଷମ ଯୁବତୀ ଭତ୍ତା ଲାଗି ହଇରାନ ହେଉଛନ। ସେ ମାସେ ଦୁଇମାସ ନୁହେ କି ବଛରେ ଦୁଇବଛର ନୁହେ ଗଲା ୧୦ ବଛର ହେଲା ଭତ୍ତା ପାଏବାର ଆଶରେ ପନ୍‌ଚେତନୁ ବ୍ଲକ ଅଫିସ ଦଉଡି ଦଉଡି ନିହାଲ ହେଇଗଲେନ। ଇ ଯୁବତୀ ଝନକ ହେଉଛନ ଜୟନ୍ତୀ ଗୁପ୍ତା। ସେ ଦୃଷ୍ଟିହୀନ। ୨୦୦୯ ଅଗଷ୍ଟରେ ଜୟନ୍ତୀକୁଁ ଜିଲା ମୁଖ୍ୟ ଚିକିସତ୍ା ଅଧ୍‌କାରୀ ଭିନ୍ନକ୍ଷମ ପ୍ରମାନପତର (କ୍ରମିକ ସଂଖ୍ୟା ୧୯୩/ସି ଦିନାଙ୍କ ୩୦ ଅଗଷ୍ଟ) ଦେଇଛନ। ସରକାରି ଯୋଜନାରେ ଘର ଖଁଡେ ଭିଲ ପାଏବାର ଲାଗି ଯୋଗ୍ୟ ନାଇଁ ହେଇକରି ତାକର ଝନେ ଲୋକବାକ ଘରେ ଆଶ୍‌ରେ ନେଇଛନ। ଏହେଦ୍‌କା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭିଲ ତାକର ଲାଗି ସପନ ହେଇଛେ। ଜୟନ୍ତୀର ମା’ ଶ୍ରୀମତି ଗୁପ୍ତାକୁଁ ୭୦ ବଛର ହେଲାନ। ବଡାକଷଟେ ସେ ଇ ବଏସେ ପରିବା ପସରା ଧରି ସକାଲୁ ଝାରସୁଗୁଡା ସହରକେ ଯାଉଛନ। ମା’ ଗଲା ଉତରୁ ଝି ଜୟନ୍ତୀ ଏକଲା ଘରେ ଅଁଡାଲି ଅଁଡାଲି କାମ କରସନ। ବେଲବୁଡେ ମା’ର ଫିରବାର ବାଟକେ ସେ ଟାକିଥିସନ। ମା’ ଯାହା ରୁଜଗାର କରୁଛନ ସେଥ୍‌ରେ ବଡା କଷଟେ ଘର ଚଲୁଛେ। ୫ ବଛର ଆଗରୁ ୨ ପୁଓକୁ ହରେଇଛନ ଶ୍ରୀମତି ଗୁପ୍ତା। ସାନ ପୁଓ ଗୋକୁଳ(୨୭) ଟ୍ରେନ୍‌ ଦୁର୍ଘଟନାରେ ମରିଛନ। ବଡ ପୁଓ କୈଳାଶ(୩୫) ଭାଇର ମରବାରଟାକେ ସହି ନାଇଁପାରଲେ। ସେଥିରଲାଗି ତାକର ମୁଡ ଖରାପ ହେଲା ଆର ସେ ଭିଲ ୫ବଛର ଆଗରୁ ଲାପତା ଅଛନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri