ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ: ପୋଷ୍ଟର ଲଗାଇଲେ ମାଓବାଦୀ


ଖଡ଼ିଆଳ, ୨।୧୨ (ଡି.ଏନ୍‌.ଏ)- ପିଏଲଜିଏ ସ୍ଥାପନ ହେବାର ୧୭ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ସକାଳେ ଖଡିଆଳ ଓ କୋମନା ଥାନା ସୀମାନ୍ତ ତିଖାଲି ଛକ ନିକଟରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଥିଲା। କୋମନା ଥାନା ପୋଲିସ ପହଞ୍ଚି ପୋଷ୍ଟରଗୁଡ଼ିକ ଜବତ କରିଛି। ରଙ୍ଗବେରଙ୍ଗର ହାତଲେଖା ଏବଂ ଛପା ଯାଇଥିବା ପୋଷ୍ଟରଗୁଡ଼ିକ ଗଛରେ, ତଳେ ଲଗାଯାଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ, ନୂଆପଡା-ମେନପୁର ଡିଭିଜିନାଲ କମିଟି ବୋଲି ଉଲ୍ଲେଖ ଥିବା ପୋଷ୍ଟରରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମାଓବାଦୀ ଦମନନୀତି (ଗ୍ରୀନ୍‌ ହଣ୍ଟ)କୁ ବିରୋଧ କରାଯାଇଛି। ମାଓବାଦୀ ସଙ୍ଗଠନର ସ୍ବପ୍ନକୁ ସାକାର କରିବା ପାଇଁ କ୍ରାନ୍ତିକାରୀ ଆନ୍ଦୋଳନରେ ଯୁବଗୋଷ୍ଠୀ ସାମିଲହୋଇ ପିଏଲଜିଏ ସପ୍ତାହକୁ ସଫଳ କରିବା ପାଇଁ ଆହ୍ବାନ କରାଯାଇଛି। ପ୍ରକାଶ ଯେ, ଦୀର୍ଘ ଦିନର ନୀରବତା ପରେ ଅଞ୍ଚଳରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଥିବାବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri