ଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ


ବଣାଇଁ,୨।୧୨(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ନରେନ୍ଦ୍ର ସେତୁ ଉପରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଆରୋହୀଙ୍କ ଜୀବନ ଯାଇଛି। ମୃତକଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ନିଳାମ୍ବର କିସାନ(୪୨)। ଘର ନରେନ୍ଦ୍ର ଗ୍ରାମରେ। ଗମଲେଇ ସାପ୍ତାହିକ ବଜାରରୁ ପରିବାପତ୍ର ନେଇ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ ଟିପ୍ପର (ନଂ.ଓଆର ୧୪ଆର-୦୯୩୦) ତାଙ୍କୁ ଧକ୍କା ଦେଇ ଚଢିଯାଇଥିଲା। ଦୁର୍ଘଟଣା ଏତେ ବିଭତ୍ସ ଥିଲା ଯେ ମୃତକଙ୍କ ଶରୀର ଚିହ୍ନିବା କଷ୍ଟକର ହୋଇପଡିଥିଲା। ଏହି ଖବର ପ୍ରଚାରିତ ହେବା ପରେ ନରେନ୍ଦ୍ର ଗ୍ରାମବାସୀ ଦୁର୍ଘଟଣାସ୍ଥଳକୁ ଛୁଟିଥିଲେ। ମୃତକ ସେହି ଗ୍ରାମର ହୋଇଥିବା ଚିହ୍ନଟ ହେବାପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ଉତ୍ତେଜନା ବଳବତ୍ତର ରହିଛି। ୧୪୩ ନମ୍ବର ଜାତୀୟ ରାଜପଥରେ ଯାନାବହାନ ଚଳାଚଳ ବନ୍ଦ ରହିଛି। ମାଜିଷ୍ଟ୍ରେଟ ଭାବେ ବଣାଇଁ ତହସିଲଦାର ବିରାଜ ଲାକ୍ରା ସେଠାରେ ପହଞ୍ଚି ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ପ୍ରତିଶୃତି ଦେବାପରେ ମଧ୍ୟ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଟିପ୍ପର ଗାଡ଼ିର ମାଲିକ ଦୁର୍ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ଦେବୁ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି। ଟିପ୍ପରର ମାଲିକ ରାଉରକେଲା ଅଞ୍ଚଳର ଦେଓଗାଁସ୍ଥିତ ଧବଳେଶ୍ୱର ମାକେର୍ଟର ଗଣେଷ କୁମାର ସାହୁ ବୋଲି ଜଣାପଡିଛି। ପୋଲିସ ତାଙ୍କୁ ଯୋଗାଯୋଗ କରି ଡାକାଇଥିଲେ ହେଁ ସେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପହଞ୍ଚି ନ ଥିବାରୁ କ୍ଷତାକ୍ତ ମରଶରୀର ରାସ୍ତାରେ ପଡ଼ି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri