ବୀରମହାରାଜପୁରରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ କୋର୍ଟ ଉଦ୍‌ଘାଟିତ


ବୀରମହାରାଜପୁର/ଅମରପାଲି, ୨।୧୨(ଡି.ଏନ.ଏ.)-କୋର୍ଟ ଓ ଓକିଲଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ। ଏହା ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇଥାଏ। ସଦାସର୍ବଦା ସକାରାତ୍ମକ ଚିନ୍ତାଧାରା ରହିବା ଆବଶ୍ୟକ। ଓକିଲମାନେ ଆଇନଜ୍ଞ ହିସାବରେ ଆଇନର ଗବେଷଣା ଏବଂ ଆଇନଜୀବୀ ହିସାବରେ ମହକିଲଙ୍କୁ ନ୍ୟାୟ ପ୍ରଦାନ କରିବାରେ ବ୍ରତୀ ହୁଅନ୍ତୁ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରାଜଜ୍‌ ଅଦାଲତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଚିତ୍ତରଞ୍ଜନ ଦାଶ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ମାଡ୍ରାସ ହାଇକୋର୍ଟର ବିଚାରପତି ଶତୃଘ୍ନ ପୂଜାହାରୀ ଯୋଗଦେଇ କହିଛନ୍ତି ଯେ, ଧର୍ମ ରକ୍ଷତି ରକ୍ଷିତଃ। ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାହାକୁ ରକ୍ଷା କରେ। ବୀରମହାରାଜପୁର ସବ୍‌ଜଜ୍‌ କୋର୍ଟ ସ୍ଥାପନ ହେବା ଦ୍ୱାରା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚତ୍ ପାରିବ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ କହିଛନ୍ତି ଯେ, ବାର ଓ ବେଞ୍ଚ ମଧ୍ୟରେ ଉଚିତ ସମନ୍ବୟ ରକ୍ଷା ହୋଇ ପାରିଲେ ଗୁଣାତ୍ମକ ନ୍ୟାୟ ପ୍ରଦାନରେ ସହାୟକ ହେବ। ଅନ୍ୟତମ ଅତିଥି ହାଇକୋର୍ଟ ବିଚାରପତି ସୁଜିତ ନାରାୟଣ ପ୍ରସାଦ କହିଲେ ଯେ, ଆଜି ବି ଓଡ଼ିଶାରେ ୬୦ରୁ ୭୦ କି.ମି. ଦୂରତାରେ କୋର୍ଟଗୁଡିକ ଅଛି ଯାହା ଆଶ୍ଚର୍ଯ୍ୟଜନକ। ଏହାକୁ ପ୍ରତ୍ୟେକଙ୍କ ଦ୍ୱାରଦେଶରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ସଂଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ପୌରୋହିତ୍ୟ କରିବା ସହିତ ସ୍ବାଗତ ସଂଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ସଂଘ ସମ୍ପାଦକ ସୁରେଶ ପ୍ରସାଦ ପଣ୍ଡା ସଂଘ ପକ୍ଷରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଓକିଲ ଗଣପତି ପଣ୍ଡା ସଭାରେ ସଂଯୋଜନା କରିଥିବା ବେଳେ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଏକ ଭବ୍ୟ ଶୋଭାଯାତ୍ରାରେ ଅତିଥିମାନଙ୍କୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା। ଅଦାଲତ ଉଦ୍‌ଘାଟନ ପରେ ନବ ନିଯୁକ୍ତ ବିଚାରପତି ମାନସ ରଞ୍ଜନ ରଥ ଅଦାଲତ କାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଦୌରାଜଜ୍‌ ନମିତା ପଣ୍ଡା, ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀ, ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ କୁମାର ପାତ୍ର, ଉପଜିଲାପାଳ ଗୋପୀନାଥ ସାରକାଙ୍କ ସମେତ ଜିଲାର ପ୍ରମୁଖ ପଦାଧିକାରୀ ଓ ଓକିଲମାନେ ଯୋଗଦେଇଥିଲେ। ନୂତନ ଅଦାଲତ ଉଦ୍‌ଘାଟିତ ହେବା ପରେ ସୋନପୁରରୁ ୨୭୨ଟି ଦେୱାନୀ, ୨୫ଟି ଫୌଜଦାରି ଓ ୯୩ଟି ଏକଜିକ୍ୟୁସନ୍‌ ମାମଲା ଏହି ଅଦାଲତକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ପ୍ରଥମ ଦିନରେ ୧୧ଟି ସୁଟ୍‌ ଦାଏର ହୋଇଥିବା ସୂଚନା ମିଳିଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri