ଦୁର୍ଘଟଣାରେ ୩ ମୃତ, ୫ ଗୁରୁତର


ସମ୍ବଲପୁର, ୧।୧୨ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନ ଟାଙ୍ଗରପାଲି ନିକଟ ରେଲଓ୍ବେ ଓଭରବ୍ରିଜ୍‌ରେ ଗୁରୁବାର ମଧ୍ୟ ରାତିରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ହୀରାକୁଦର ସତ୍ୟବ୍ରତ ନାୟକ (୨୭), କ୍ରିଷ୍ଣା କନ୍‌ୱାର (୨୮) ଓ ସନାତନ ମହାନନ୍ଦ (୨୭)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ବସନ୍ତ ସାହୁ, ରାଜକୁମାର ମିର୍ଦ୍ଧା, ସୁନୀଲ ମିର୍ଦ୍ଧା ଓ ମନୋଜ ମିର୍ଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟଜଣଙ୍କର ପରିଚୟ ମିଳିପାରି ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଏକ ଟ୍ରକ ଗାଡି ନଂ (ଓଆର୍‌ ୨୧- ୭୯୫୫) ସମ୍ବଲପୁର ଆଡୁ କଟକ ଯାଉଥିଲା । ଅନ୍ୟପଟେ ମାରୁତି ଭ୍ୟାନ୍‌ (ଓଡି ୧୫ ଜି- ୯୨୦୮) ପଡିଆବାହାଲରୁ ହୀରାକୁଦ ଆସୁଥିବା ବେଳେ ଟାଙ୍ଗରପାଲି ଓଭର ବ୍ରିଜ୍‌ ନିକଟରେ ମୁହଁମୁହିଁ ଧକ୍କା ହୋଇଥିଲା । ଭ୍ୟାନରେ ଥିବା ଯାତ୍ରୀମାନେ ହୀରାକୁଦର ବୋଲି ଜଣାପଡିଛି । ସେମାନେ ଏହି ଭ୍ୟାନକୁ ଭଡାରେ ନେଇ ସିନ୍ଦୁରପଙ୍କକୁ ପୂଜା ଦେଖିବାକୁ ଯାଇଥିଲେ । ପୂଜା ପରେ ଡ୍ୟାନ୍ସ ଦେଖି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ଧନୁପାଲି ଥାନାରେ ୩୭୨/୧୭ରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଉଭୟ ଗାଡିକୁ ଅଟକ ରଖି ତଦନ୍ତ ଚଳାଇଛି । ଟ୍ରକ୍‌ର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri