ବରଗଡ ଜିଲାରେ ପୁଣି ଜଣେ ଚାଷୀ ବିଷ ପିଇ ଜୀବନ ହାରିଲେ


ବରଗଡ ଅଫିସ, ୧।୧୨-ଓଡ଼ିଶାର ଭାତହାଣ୍ଡି କୁହା ଯାଉଥିବା ବରଗଡ ଜିଲାରେ ଜଣକ ପରେ ଜଣେ ଚାଷୀ ହତାଶ ହୋଇ ଜୀବନ ହାରୁଛନ୍ତି। ଆଜି ଏହା ପୁଣି ସାମ୍ନାକୁ ଆସିଛି। ଭେଡେନ ବ୍ଲକ୍‌ ଲିମଟିକ୍ରା (ଛାଲୁକୁଲୁଣ୍ଡି)ରେ ଚାଷୀ ଆତ୍ମହତ୍ୟାର ପୁନରାବୃତ୍ତି ଘଟିଛି। ମୃତକ ହେଲେ ଦେବାନନ୍ଦ ଥପା ଓରଫ ଟାଏଚୁନ (୩୮)। ଚଳିତ ଖରିଫ ଋତୁରେ ଚକଡା ପୋକ ଲାଗି ସମଗ୍ର ପଶ୍ଚିମାଞ୍ଚଳର ଧାନ ବିଲ ଉଜାଡି ଦେଇଛି। ଏଥିରେ ଭାରସାମ୍ୟ ହରାଇ ସେ ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଧାନ ବିଲରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ରାତି ପ୍ରାୟ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ସକାଳୁ ଏହି ଘଟଣା ପ୍ରଘଟ ହୋଇଛି। ଜିଲାମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ଚାଲିଛି। ହେଲେ ଶବ ବ୍ୟବଚ୍ଛେଦ ଘର ବାହାରେ କଂଗ୍ରେସ ଓ ଭାଜପା ପକ୍ଷରୁ ଧାରଣ ଦିଆଯାଇଛି। ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ଭାଜପାର ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ପୃଥକ ପୃଥକ ଧାରଣା ଦିଆ ଯାଇଛି। ଦେବାନନ୍ଦଙ୍କ ମୃତ୍ୟୁକୁ ସରକାର ଚାଷୀ ଆତ୍ମହତ୍ୟା ବୋଲି ସ୍ବୀକାର କରୁ, ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ଓ ପରିବାରର ଜଣକୁ ଚାକିରି ଦିଆଯାଉ ବୋଲି କଂଗ୍ରେସ ଓ ଭାଜପା ଧାରଣା ସ୍ଥଳରେ ଦାବି ରଖିଛି। ମେଡିକାଲରେ ବରଗଡ ଏସଡିପିଓ ସୁରେଶ କୁମାର ନାଏକ, ଟାଉନ ଥାନା ଅଧିକାରୀ ରାଜକିଶୋର ମିଶ୍ର ଓ ବରଗଡ ଉପଜିଲାପାଳଙ୍କ ଅଫିସର ପ୍ରଦୀପ ନନ୍ଦ (ମାଜିଷ୍ଟ୍ରେଟ୍‌) ଉପସ୍ଥିତ ଅଛନ୍ତି। ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ପହଞ୍ଚତ୍ ଆରଲୋଚନା କରୁଛନ୍ତି। ଅନ୍ୟପକ୍ଷେ ଦେବାନନ୍ଦଙ୍କ ମୃତ୍ୟୁକୁ ନେଇ ତାଙ୍କ ଦୁଇ ପୁଅ ଲୋକନାଥ (୧୬), ବିଶ୍ୱନାଥ (୧୪) ଓ ସ୍ତ୍ରୀ ଭଗବତୀ ଭାଙ୍ଗି ପଡିଛନ୍ତି। ଲିମ୍‌ଟିକ୍ରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ବରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଗହଳି ଲାଗି ରହିଛି। ସୂଚନାଯୋଗ୍ୟ, ଦେବାନନ୍ଦ ନିଜର ଅଧ ଏକର ଜମି ସହ ଭାଗରେ ଅଢେଇ ଏକର ଜମିରେ ଚାଷ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri