ଦହଗଂଜ୍‌ଥି ବିତୁଛେ ଜୀବନ: ଯୌବନରେ ରଂଗି ରଂଗି ବୁଲୁଛନ


ନୂଆପଡା ଅଫିସ, ୩୦।୧୧-ଦୁଇଦିନ ଉତରୁ ବିଶ୍ୱ ଭିନ୍ନକ୍ଷମ ଦିବସ। ଭାବିଛନ ରଂଗିରୁଂଗାକରି ଯେନ୍‌ଥେଇ ହେଲେ ଯାଇ ପରଶାସନକେ ନିଜର ମନରକଥା ଆର ଦିହର କଥା କହେବେ। ଏନ୍‌ତା ଭାବନା ଆନିଛନ ସନ୍ତୋଷିନୀ ତିଓ୍ବାରୀ। ସେ ଆଜକେ ୧୬ଟା ବସନ୍ତ କଟେଇ ସାଏଲେନ। ଇ ଶରୀରରେ ଛୁଆବେଲ ଯାଇ ଏହେଦ୍‌କା ଯୌବନ ଆସି ପୁହୁଁଚିଛେ। ହେଲେ ସାଁଗସାଥୀକର ସାଁଗେ ଖେଲବା ବୁଲବାର ବଏସେ ସେ ବାଲିଧୂଲିଥି ରଂଗି ରଂଗି ନିଜର ସମିଆ କାଟୁଛନ ଅସହାୟ ହେଇ। ଘର ନୂଆପଡା ଜିଲା ସଦର ମହକୁମାର ତେଲିପଡାରେ। ବାପା ଶିବକୁମାର ତିଓ୍ବାରୀକଁର ଗୁଟେ ବଲି ଝି। ଗୁଡହାତ ଠିକ ସେ ନାଇଁ ଚାଲବାର ଲାଗି ଚଲାବୁଲା କରିନାଇଁ ପାରବାର। ଖାଏବାର ପିଇବାର ନିଜେ କରିପାରୁଥିଲେ ଭିଲ କଥାବାର୍ତା ନାଇଁ କରିପାରବାର। ଯାହା କହେବାର ଲାଗି ଚାହେଁସନ ବାପ୍‌ ମା’କୁଁ ଇସାରାରେ କହେସନ। ସେ ଗୁଟେ ପରକାର ବାହାର ଦୁନିଆଁରୁ ଅଲଗ ହେଇକରି ଅଛନ। ସେ ସରକାରୀ ସୁବିଧା ସୁଯୋଗନୁ ବଁଚିତ ହେଇକରି ଅଛନ। ସେଥିରଲାଗି ତାକର ଦୁଖଟା ଦିନୁଦିନକେ ବଢ଼ି ଚାଲିଛେ। ଛୁଆବେଲୁ ଠିକ୍‌ ଭାବେ ଜନମ ହେଇଥିବାର ସନ୍ତୋଷିନୀକଁର ଦିହି ଦିନୁଦିନକେ ଦୁର୍ବଲ ହେଇ ଶେଷେ ଦିବ୍ୟାଙ୍ଗ ହେଇଗଲେ। ପରିବାର ଲୋକ ବହୁତ ଜାଗାକେ ନେଇ ଚିକିତ୍ସା କଲେ। ତଥାପି ଠିକ ନାଇଁହେଲେ। ଏହେଦ୍‌କା ସେ ଭାଗ୍ୟକେ ଆଦରି ବସିଛନ ବଲି କହିଛନ ତାଁକର ବାପା ଶିବ କୁମାର। ତାହାକୁ ଆମର ଧରିତ୍ରୀ ଟିମ ଯାଇ ଭେଟିଥିଲା। ସେ ଖାଲି ଗୁଟେ ଇସାରାରେ କହୁଥିଲେ। ତାହାକୁ ଗୁଟେ ତିନ ଚକିଆ ସାଇକଲ ଦେଲେ ସେ ବୁଲାବୁଲି କରିପାରତେ। ଇଥିରଲାଗି ସେ ଗଣମାଧ୍ୟମ ଜରିଆନେ ପରଶାସନକେ ନିବେଦନ କରିଛନ। ସେ ଯାହାହେଉ ଜିଲା ପରଶାସନ ସନ୍ତୋଷିନୀ ଉପରେ ଦୁରୁଷଟି ଦେଇ ପଦକ୍ଷେପ ନେବାରକେ ପଡାବାସୀ ଦାବି କରିଛନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri