ବନବିଭାଗର ରେଞ୍ଜ ଅଫିସରେ ଅଟକ ଯୁବକଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ


ସିନାପାଲି, ୨୪।୧୧ (ଡି.ଏନ.ଏ.)-ଓଡିଶା ସୀମାନ୍ତ ଛତିଶଗଡ ଗରିଆବନ୍ଦ ଜିଲା ଧରୁଆଗୁଡି ବନବିଭାଗ ରେଞ୍ଜ ଅଫିସରେ ଗତ ୧୬ ତାରିଖ ରାତିରେ ଶାଗୁଆନ କାଠ ଚୋରି ଅଭିଯୋଗରେ ଅଟକ ଥିବା ନୂଆପଡ଼ା ଜିଲା ସିନାପାଲି ଥାନା ତାଲାକୋଟର ଭାନସିପଡା ନିବାସୀ ଲବକୁମାର ମାଝିଙ୍କ ଆମତ୍ହତ୍ୟା ଘଟଣା ଭିନ୍ନ ମୋଡରେ ପହଞ୍ଚିଛି। ଗୁରୁବାର ନୂଆପଡା ପୋଲିସ ଅଧୀକ୍ଷକ (ଏସ୍‌ପି) ସ୍ମିତ ପରମାର ସିନାପାଲି ଥାନାରେ ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ନେଇ ସିନାପାଲି ଥାନାରେ ବିଶେଷ ଆଲୋଚନା କରାଯାଇଛି। ଏପରିକି ଆଲୋଚନାରେ ଅଞ୍ଚଳର ବରିଷ୍ଠ ନାଗରିକ ତଥା ଆଦିବାସୀ ନେତା ଓ କିଛି ରାଜନୈତିକ ଦଳର ନେତାମାନେ ଆଲୋଚନାରେ ସାମିଲ ଥିଲେ। ମୃତକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ସରକାରୀ ଆର୍ଥିକ ସହାୟତା, ଝିଅପୁଅଙ୍କୁ ସରକାରୀ ହଷ୍ଟେଲରେ ରହି ପାଠପଢା ସୁବିଧା, ଅପହରଣ, ହତ୍ୟା ମାମଲା ରୁଜୁ ହୋଇଥିବା ଉଭୟ ରାଜ୍ୟର ୧୫ ବନକର୍ମଚାରୀଙ୍କୁ ଯଥାଶୀଘ୍ର ଗିରଫ କରିବା ଆଦି ଦାବି ନେଇ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ସବିଶେଷରେ ନୂଆପଡା ଏସ୍‌ପି ସମସ୍ତ ଦାବି ଉପରେ ଯଥାଶୀଘ୍ର ପଦକ୍ଷେପ ନେବା ସହ ମୃତକଙ୍କ ବଡପୁଅଙ୍କୁ ଚାକିରୀ ଓ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ମୃତକଙ୍କ ସ୍ତ୍ରୀ ମଦନେ ମାଝି, ଝିଅ କୁନ୍ତଳା ମାଝିଙ୍କ ସମେତ ରାଜ୍ୟ କଂଗ୍ରେସ ସମ୍ପାଦକ ଅଧିରାଜ ପାଣିଗ୍ରାହୀ, ସିନାପାଲି ଜିଲା ପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ୍‌ ସଭାପତି ପ୍ରିୟରଞ୍ଜନ ମେହେର, ଅନ୍ୟତମ ଜିଲା ପରିଷଦ ସଦସ୍ୟ ଗିରିରାଜ ମାଝି, ସିନାପାଲି ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ଖଗେଶ୍ୱର ମାଝି, ସିନାପାଲି ବ୍ଲକ ଉପାଧ୍ୟକ୍ଷ ସୁବାସ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ତଥା ଆଦିବାସୀ ନେତା ହୀରାଲାଲ ମାଝି, ମଧୁସୂଦନ ମାଝି, ପୂର୍ଣ୍ଣ ମାଝି, ସିନାପାଲି ବ୍ଲକ କଂଗ୍ରେସ ସଭାପତି ଖଗେଶ୍ୱର ସା, ସିନାପାଲି ବ୍ଲକ ଯୁବ କଂଗ୍ରେସ ସଭାପତି ଅରବିନ୍ଦ ପ୍ରଧାନ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପ୍ରସନ୍ନ ମାଝି ପ୍ରମୁଖ ଉପସ୍ଥିତ ରହି ନୂଆପଡା ଏସ୍‌ପିଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଗୁରୁବାର ସିନାପାଲି ଥାନାରେ ଆଲୋଚନା ହୋଇଥିବାବେଳେ ଅନ୍ୟ ପଟେ ଶୁକ୍ରବାର ଉକ୍ତ ଘଟଣାକୁ ନେଇ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଆଦିବାସୀ ସଂଘ ତରଫରୁ ଛତିଶଗଡ ରାଜ୍ୟର ଦେଓଭୋଗ ଓ ଅମଲିପଦର ଥାନା ଘେରାଉ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଆଦିବାସୀ ସଂଘ ସୂଚନା ଦେଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri