ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି: ବଲାଙ୍ଗୀର, ସୋନପୁର ବନ୍ଦ


ବଲାଙ୍ଗୀର ଅଫିସ, ୨୪।୧୧ କୋସଲ ରାଜ୍ୟ ସମନ୍ବୟ ସମିତି ତରଫରୁ ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିରେ ନଭେମ୍ବର ୨୪ ଶୁକ୍ରବାର ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଏହି ୧୨ ଘଣ୍ଟିଆ ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଗୁରୁବାର ସନ୍ଧ୍ୟାରେ ଚୂଡାନ୍ତ ବୈଠକ ବସିଥିଲା। ସମନ୍ବୟ ସମିତି ତରଫରୁ ବିଭିନ୍ନ ସଙ୍ଗଠନଙ୍କୁ ନେଇ ସ୍ଥାନୀୟ ଏମ୍‌ବି ଧର୍ମଶାଳାଠାରେ ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ତଥା ବଲାଙ୍ଗୀର ସହରର ୫ଠରୁ ଊର୍ଦ୍ଧ୍ୱ ସଙ୍ଗଠନ ପ୍ରତିନିଧି ଯୋଗଦାନ କରିଥିଲେ। କୋସଲ ରାଜ୍ୟ ସମନ୍ବୟ ସମିତି ମୁଖ୍ୟ ସଂଯୋଜକ ପ୍ରମୋଦ ମିଶ୍ର ନଭେମ୍ବର ୨୪ ଶୁକ୍ରବାର କୋଶଲ ବନ୍ଦ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କୋଶଳାଞ୍ଚଳର ସର୍ବାଙ୍ଗୀନ ବିକାଶ ସକାଶେ ସ୍ବତନ୍ତ୍ର ପ୍ରଦେଶ ଗଠନ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ବନ୍ଦ ପାଳନ ବେଳେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ସମସ୍ତ ଛୋଟ ବଡ ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଦୋକାନ, ବଜାର, ଅଫିସ, କଚେରୀ, ସ୍କୁଲ, କଲେଜ ଓ ଚାରିଚକିଆ ଯାନ ଚଳାଚନ ବନ୍ଦ ରହିବ ବୋଲି କୁହାଯାଇଛି। କେବଳ ବିବାହ ଓ ସ୍ବାସ୍ଥ୍ୟ ସମ୍ପର୍କିତ ପରିବହନକୁ ଛାଡି ବାକି ସହୁ ଯାନବାହାନ ବନ୍ଦ କରାଯିବ ବୋଲି ସମନ୍ବୟ ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri