ଟଁକା ଅଭାବେ ଅଟକିଛେ ରୂପେଶର ଚିକିତ୍ସା


ସମ୍ବଲପୁର, ୨୩।୧୧ (ବ୍ୟୁରୋ)-ଘଡେ ନୁହେ କି ଛନେ ନୁହେ ସବୁବେଲେ ଛୁଆ ମା’ବାପ୍‌କେ ଖୁସିଦେସି। ଛୁଆ ଇଥିତାହିଁ, ହଜ୍‌ବଜ ହେବାରଟା ଆରବଢ଼େ ଖୁସିଦେସି। ଛୁଆ ବଢ଼ବାର ସାଁଗେ ରଂଗବା, ଚାଲବା ଆର ଦଉଡିବାରଟା ସବୁ କୁଟୁମର ଲାଗି ଗୁଟେ ଖୁସିର ସମିଆ ଆଏ। ହେଲେ ସମ୍ବଲପୁର ମହାନଗରର ଚେରୁଆପଡାର ରୂପେଶ ମେହେର(୬)ନେ ଇ ସବୁ ଦେଖବାକେ ନାଇଁ ମିଲବାର। ସେଥିରଲାଗି ତାଁକର କୁଟୁମର ଲୋକ ଚିନ୍‌ତାନେ ପଡିଯାଇଛନ। ଡାକତରକୁଁ ଦେଖେଇଥିଲେ ଭିଲ ଟଁକା ପଏସା ଅଭାବ ଲାଗି ରୂପେଶର ଚିକିତ୍ସା କରିନାଇଁ ପାରବାର। ସେଥିରଲାଗି ମା’ କଳ୍ପନା ପରଶାସନ ପାଖେ ଆର୍ଥତ୍କ୍‌ ସାହାଯ୍‌ ଲାଗି ଦାବି କରିଛନ। ସୂଚନା ଅନସାରେ ଚେରୁଆପଡାର ଉମେଶ ମେହେରକଁର ଦୁଇ ନମ୍ବର ପୁଓ ହିସାବେ ରୂପେଶ ୨୦୧୨ରେ ଜନମ ହେଇଥିଲେ। ବଡ ଭାଇ ମୁକେଶ ମେହେର(୧୧) ପଁଚମ ଶ୍ରେଣୀନେ ପାଠ ପଢ଼ୁଥିଲାବେଲକେ ରୂପେଶ କଥା କହି ନାଇଁପାରବାର। ସେ ରଂଗବା, ଚାଲବା, ଦଉଡିବା, ହସବା, ବସବା ଆର ଉଠଲା ବାଗିର କାମ ଭିଲ ନାଇଁ କରିପାରବାର। ସେଥିର ଲାଗି ସବୁବେଲେ ସେ ମା’ର କୁଲେ ବସିଛନ। ବାପ ଉମେଶ ପାରିବାରିକ ଗାଲିଗୁଲମାଲ ଲାଗି ନିଜର କୁଟୁମ ଧରି ଭଡା ଘରେ ରହୁଛନ। ସେ ଦିନ ମଜ୍‌ରୀଆ ହିସାବେ କାମ କରୁଛନ। ଯାହା କମଉଛନ ସେଟା ତାକର ଚାରପରାନୀ କୁଟୁମରେ ପିଇ ଯାଉଛେ। ସେଥିରଲାଗି ଛୁଆର ଉଁଚ ଧରନ ଚିକିତ୍ସାରେ ଟଁକା ବାଧକ ହେଇଛେ। ରୂପେଶ ୬୫% ଦିବ୍ୟାଙ୍ଗ ବଲି ପରମାନପତର ପାଇଥିଲେ ଭିଲ ତାହାକୁ କେହେନସି ପରକାରର୍‌ ସରକାରୀ ସାହାଯ୍‌ ନାଇଁ ମିଲବାର। ରୂପେଶର ଉଁଚ ଧରନ ଚିକିତ୍ସା ଲାଗି କେହେନ୍‌ସି ସଙ୍ଗଠନ ହାତ ବଢ଼ାଲେ କି ସରକାରୀ ସାହାଯ୍‌ ମିଲ୍‌ଲେ ଛୁଆର ଭବିଷ୍ୟତଟା ଉଜଲ ହେଇପାରତା ବଲି ସଭେ ଆଶ ରଖିଛନ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri