ମଦକୋଠୀ ବନ୍ଦ ଦାବି ତେଜିଲା: ଏସ୍‌ପି, ଅବକାରୀ କାର୍ଯ୍ୟାଳୟ ଘେରିଲେ ମହିଳା


ନୂଆପଡା ଅଫିସ,୨୦।୧୧-ନୂଆପଡା ଜିଲା ସଦର ମହକୁମାଠାରୁ ୧୦କି.ମି ଦୂର କୁରୁମପୁରୀ ଗ୍ରାମ ପଞ୍ଚାୟତରେ ଥିବା ଦେଶୀ ମଦ କୋଠୀ ବନ୍ଦ କରିବା ଦାବି ତେଜିଛି। ଏଥିରେ ଅଗୁସାର ଭୂମିକା ନେଇଛନ୍ତି ମହିଳାମାନେ। ସ୍ବଂୟ ସହାୟକ ଦଳ ମାଧ୍ୟମରେ ବାରମ୍ବାର ମେଳି ବାନ୍ଧି ସେମାନେ ମଦ ବିରୋଧୀ ଅଭିଯାନ ଚଳାଇ ଆସିଛନ୍ତି। ହେଲେ ମଦ କୋଠି ବନ୍ଦ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରେ ସୋମବାର ଶହଶହ ମହିଳା ଏସ୍‌ପି ଏବଂ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତୁରନ୍ତ କୋଠୀ ବନ୍ଦ ନ କଲେ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଏହି ଅବସରରେ ଚେତାବନୀ ଦେଇଛନ୍ତି। ଜାତୀୟ ରାଜପଥ ୩୫୩ର ନୂଆପଡା-ଖଡିଆଳ ରାସ୍ତାରେ ପଡେ କୁରୁମପୁରୀ ପଞ୍ଚାୟତ। କୁରୁମପୁରୀ ସମେତ ଚୌକପଡାରେ ବିଭିନ୍ନ ସ୍ଥାନରେ ୮ଗୋଟି ଦେଶୀ ମଦକୋଠୀ ରହିଛି। ସେଗୁଡିକରେ ବେଆଇନ ଭାବେ ମଦବିକ୍ରି ଚାଲିଥିବା ଅଭିଯୋଗ ହୋଇଛି। ଏଥିରେ ଭାଟି ମାଲିକ ସେମାନଙ୍କୁ ଖୋଲାଖୋଲି ସହଯୋଗ କରୁଥିବା କୁହାଯାଉଛି। ଏହା ଫଳରେ ଲୋକେ ମଦଭାଟିକୁ ମଦ ପିଇବାକୁ ନ ଯାଇ କୋଠୀରେ ଖୁଲମଖୁଲା ମଦ ପିଉଛନ୍ତି। ମଦର ଅବାଧ କାରବାର ଯୋଗୁ ଗରିବ ପରିବାରର ଲୋକେ ସର୍ବସ୍ବାନ୍ତ ହେଉଥିବାବେଳେ ନାନାଦି ଗଣ୍ଡଗୋଳ ସୃଷ୍ଟି ହେଉଛି ା ଏସବୁ ଉପରେ ଲଗାମ ଲଗାଇବାକୁ କେତେକ ମହିଳା ଘରୁ ଗୋଡ କାଢିଛନ୍ତି। ରବିବାର ସେମାନେ ଗାଁରେ ସଭା କରି ମଦ ଦୋକାନ ବନ୍ଦ କରିବାକୁ କୋଠୀବାଲାଙ୍କୁ ତାଗିଦ କରିଥିଲେ ା ଏଥିରେ କୌଣସି ସୁଫଳ ନ ମିଳିବାରୁ ସେମାନେ ସୋମବାର ନୂଆପଡା ଆସିଥିଲେ ା ଏଥିରେ ମା’ ଦୁର୍ଗା ମହିଳା ଏସଏଚଜିର ସଭାପତି ଲଲି ମାଝୀ, ମା’ ଧରଣୀ ଏସ୍‌ଏଚ୍‌ଜିର ସୁରୟା ସାହୁ, ମା’ ତାରିଣୀ ଏସ୍‌ଏଚ୍‌ଜିର ବାସନ୍ତୀ ମହାନନ୍ଦ, ମା’ ମଙ୍ଗଳା ଏସ୍‌ଏଚ୍‌ଜି ସଭାପତି ଭଗବତୀ ସାହୁ, ବୁଢାଦେଓ ଏସ୍‌ଏଚ୍‌ଜି ସଭାପତି ରାମଶୀଳା ମାଝୀଙ୍କ ନେତୃତ୍ୱରେ ଶତାଧିକ ମହିଳା ସାମିଲ ଥିଲେ। ପ୍ରଥମେ ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମହିଳାମାନେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଦୀର୍ଘ ସମୟ ଧରି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଅବକାରୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ସବ୍‌ଇନ୍ସପେକ୍ଟର ବିନୟ କୁମାର ତିର୍କିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri