ଉଦ୍ଧାରର ୩ଘଣ୍ଟା ପରେ ଶମ୍ବର ମୃତ


ନୂଆପଡା ଅଫିସ,୯।୧୧- ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଚେରେଚୁଅଁା ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ଅପରାହ୍ନରେ ବନ ବିଭାଗ ପାଟ୍ରୋଲିଂ ଦଳ ଗୁରୁତର ଅବସ୍ଥାରେ ଏକ ଶମ୍ବର ଉଦ୍ଧାର କରିଥିଲେ। ଚିକିତ୍ସାର ତିନି ଘଣ୍ଟା ପରେ ତା’ର ମୃତ୍ୟୁ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୨ଟାବେଳେ ଫରେଷ୍ଟର ରାମଚନ୍ଦ୍ର ମାଝୀ ଅନ୍ୟ କର୍ମଚାରୀଙ୍କ ସହ ସୁନାବେଡା ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଥିଲେ। ଚେରେଚୁଆଁ ସଂରକ୍ଷିତ ଜଙ୍ଗଲ ତଳି ଗାତିବେଡା ଗାଁ ନିକଟରେ ଏକ ଶମ୍ବର ପଡି ଛଟପଟ ହେଉଥିବା ସେମାନେ ଦେଖିଥିଲେ। ସେମାନଙ୍କଠାରୁ ଖବରପାଇ କୋମନା ପ୍ରାଣୀ ଚିକିତ୍ସକ ଦୟାସାଗର ଦୁରିଆ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଆହତ ଶମ୍ବରର ପ୍ରାଥମିକ ଚିକତ୍ସା କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ କୋମନା ପ୍ରାଣୀ ଚିକିତ୍ସାଳୟକୁ ଅଣା ଯିବା ବାଟରେ ସନ୍ଧ୍ୟା ୫ଟାବେଳେ ଚେରେଚୁଆଁ ଘାଟି ନିକଟରେ ଶମ୍ବରର ମୃତ୍ୟୁ ଘଟିଥିଲା। ପରେ ସେଠାରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇ ଶମ୍ବରକୁ ପୋତି ଦିଆଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri