ଜୋନାଲସ୍ତରୀୟ କଳା ଉତ୍ସବ: ନୃତ୍ୟ ସଙ୍ଗୀତରେ ସମ୍ବଲପୁର ପ୍ରଥମ


ସୁନ୍ଦରଗଡ଼,୮।୧୧(ଡି.ଏନ୍‌.ଏ.)- ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଆନୁକୂଲ୍ୟରେ ଜୋନାଲସ୍ତରୀୟ କଳା ଉତ୍ସବ ବୁଧବାର ସ୍ଥାନୀୟ ରାଣୀ ଜାନକୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲାର ମନୋନୀତ ଛାତ୍ରୀଛାତ୍ର ଭାଗ ନେଇଥିଲେ। ଉତ୍ସବରେ ନାଟକ, ନୃତ୍ୟ, ବିଭିନ୍ନ ବାଦ୍ୟଯନ୍ତ୍ର ବାଦନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ଼ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ମୁଖ୍ୟ ଅତିଥି ଏବଂ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ଅମୂଲ୍ୟ କୁମାର ପ୍ରଧାନ, ସଦର ବ୍ଲକ ଶିକ୍ଷାଧିକାରୀ ଲାଲିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ସବ୍‌ଡ଼େଗା ବ୍ଲକ ଶିକ୍ଷାଧିକାରୀ ଅଜୟ ଏକ୍କା ଓ ରାଣୀ ଜାନକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଜିଲା ବିଜ୍ଞାନ ନିରୀକ୍ଷକ ଗୋପୀନାଥ ନାଏକ ସଭା ସଞ୍ଚାଳନ ଓ ଧନ୍ୟବାଦ ଦେଇଥିଲେ। ଭିଜୁିଆଲ ଆର୍ଟରେ ସୁନ୍ଦରଗଡ଼, ଥିଏଟରରେ ଝାରସୁଗୁଡା, ମ୍ୟୁଜିକ୍‌ ଓ ନୃତ୍ୟରେ ସମ୍ବଲପୁର ଜିଲା ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ରାଣୀ ଜାନକୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୀର ବିକ୍ରମ ସିଂ ଦେଓ, ପ୍ୟାରୀମୋହନ ନାଏକ, ସଂଯୁକ୍ତା ବହିଦାର, ସସ୍ମିତା ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri