ଟ୍ରକ-ବାଇକ ଧକ୍କା, ଜଣେ ମୃତ


କୁତ୍ରା,୯।୧୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଦେଇଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ କୁତ୍ରାଠାରେ ଗୁରୁବାର ୧୦ ଚକିଆ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ଘଟିଛି। ଏଥିରେ ବାଇକ ଚାଳକ ଭିକ୍ଟର ହରୋ ପ୍ରାଣ ହରାଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ (ନଂ.ଓଆର୍‌ ୦୬ ଏ- ୫୬୪୭)କୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଛି। ଦୁର୍ଘଟଣା ପରେ ରାଉରକେଲା ପଟକୁ ଫେରାର୍‌ ହୋଇଯାଇଥିବା ଟ୍ରକକୁ ଧରିବା ପାଇଁ ତନାଘନା ଚଳାଇଛି। ପୋଲିସ ସୂଚନାନୁଯାୟୀ, କୁତ୍ରା ଥାନା ଅଧୀନ କିରିଙ୍ଗସେରା ପଞ୍ଚାୟତ ଘଣ୍ଟଛାପଲ ଗ୍ରାମନିବାସୀ ଭିକ୍ଟର ଅପରାହ୍ନ ୧ଘଟିକା ସମୟରେ କୌଣସି କାମରେ ବାଇକ୍‌ରେ କୁତ୍ରା ଆସିଥିଲେ । ରାଜ୍ୟ ରାଜପଥ ଦେଇ ସେ କୁତ୍ରା ବଜାରକୁ ଯାଉଥିବା ସମୟରେ ସୁନ୍ଦରଗଡ଼ ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍‌ ସହ ମୁହାଁମୁହିଁ ହୋଇଥିଲେ। ଟ୍ରକ୍‌ ଧକ୍କାରେ ସେ ବାଇକ୍‌ରୁ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ମୃତ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri