ଚକଡା,ଗଣ୍ଠିପୋକରେ କ୍ଷତିଗ୍ରସ୍ତ ଧାନଫସଲ: ବୁଲି ଦେଖିଲେ ଭାଜପା କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ


ସୁନ୍ଦରଗଡ଼,୯।୧୧(ଡି.ଏନ୍‌.ଏ.)- ଭାଜପା କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଚକଡା ଓ ଗଣ୍ଠିପୋକରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଓ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସୁନ୍ଦରଗଡ଼ ସହର ଉପକଣ୍ଠସ୍ଥ ସବ୍‌ଡେଗା ବ୍ଲକର ପୋଡ଼ାଜଳଙ୍ଗା ଏବଂ ସଦର ବ୍ଲକର ଜାମତଲିଆ ଗା୍ରମ ପରିଦର୍ଶନରେ ଯାଇ ପ୍ରତିନିଧି ଦଳ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁନ୍ଦରଗଡ଼ ଜିଲାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିବା ସହ କୃଷି ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଥିଲେ। ହେମଗିର ବ୍ଲକର କନିକା ପଞ୍ଚାୟତର ବ୍ରହ୍ମଣୀ ଗଁାରେ କେତେକ ଚାଷୀ ଫସଲ ହାନି ଯୋଗୁ ଧାନ ଫସଲ ପୋଡ଼ିଥିବା ଖବର ମିଳିଛି। ବରଗଡ ଜିଲା ଭଳି ଚାଷୀ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି ଯେପରି ଏଠାରେ ନ ଘଟେ ସେଥିପାଇଁ ସରକାର ସଜାଗ ରହିବାକୁ କୃଷକ ମୋର୍ଚ୍ଚା ତରଫରୁ ଦାବି କରାଯାଇଥିଲା। ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଦ୍ୟୁତ ନାଏକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ଜିଲା ଭାଜପା ସଭାପତି ବଟ କିଶୋର ମିଶ୍ର, ବିକାଶ ନାରାୟଣ ନାଏକ, ସହଦେବ ଖାଖା, ଫିଲିସିତା ଲାକ୍ରା, ଜଗବନ୍ଧୁ ଭୋଇ, ଅଶୋକ ଲାକ୍ରା, ସୁରେନ୍ଦ୍ର ଦେହୁରୀ, ଯଶୋବନ୍ତ ନାଏକ, ଜିଲା ପରିଷଦ ସଭ୍ୟ ସୁଖଲାଲ ମୁଣ୍ଡା, ଭେଷଜ ରଥ, ଭବାବୀ ଭୋଇ, ଦୀପକ ସିଂ, ଖୋର୍ଦ୍ଧାରାମ ପଟେଲ ପ୍ରମୁଖ ସାମିଲ ଥିଲେ। ଅପରପକ୍ଷେ ଅନ୍ୟ ଜିଲା ତୁଳନାରେ ସୁନ୍ଦରଗଡ଼ ଜିଲାରେ ଚଳିତବର୍ଷ ଆଶାନୁରୂପ ବର୍ଷା ଯୋଗୁ ଧାନଫସଲ ଠିକ୍‌ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ତଥାପି ଜିଲାର ଟାଙ୍ଗରପାଲି ବ୍ଲକର ରେମଣ୍ଡା, ନିଆଲିପାଲି, ଅବନକେଲା ଓ ସଦର ବ୍ଲକର କବାଙ୍ଗ ଓ ଜାମତଲିଆ ଗ୍ରାମରେ ୨୦୬ ହେକ୍ଟର ଚାଷ ଜମିରେ ଗଣ୍ଠି ପୋକ, ଚକଡା ପୋକ ଯୋଗୁ ଧାନଫସଲ ନଷ୍ଟ ହୋଇଥିବା କୃଷି ଓ ରାଜସ୍ବ ବିଭାଗ ତରଫରୁ ଅନୁଧ୍ୟାନ ପରେ ମିଳିଥିବା ରିପୋର୍ଟରୁ ଜଣା ପଡ଼ିଥିବା କୃଷି ଉପନିର୍ଦ୍ଦେଶକ ରବି ନାରାୟଣ ଶତପଥୀ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri