ପ୍ରଧାନପାଲି ଗ୍ରାମରେ ଝାଡାବାନ୍ତି: ୨୦ଆକ୍ରାନ୍ତ


ଲଖନପୁର,୯।୧୧(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଦଲଗାଁ ପଞ୍ଚାୟତ ପ୍ରଧାନପାଲି ଗ୍ରାମରେ ଗତ ୧ସପ୍ତାହ ହେଲା ଝାଡାବାନ୍ତି ଲାଗି ରହିଛି। ଏଥିରେ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା.ଦମୟନ୍ତୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଓ ଲଖନପୁରରୁ ଡ.ରତ୍ନାକର ଚୌଧୁରୀ, ଡ.ସୁବ୍ରତ ପ୍ରଧାନ, ଫାର୍ମାସିଷ୍ଟ ଅଶ୍ୱିନୀ ସାହୁ, ହାରାବତୀ ମୁଣ୍ଡା ପ୍ରମୁଖ ଗ୍ରାମରେ ପହଞ୍ଚି ଆକ୍ରନ୍ତ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଏଥିମଧ୍ୟରେ ରୋଗୀଙ୍କୁ ସାଲାଇନ୍‌, ଔଷଧ ଆଦି ଦିଆଯାଇଛି। ଏପରି କି ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୂଅ ଓ ନଳକୂପର ପାନୀୟ ଜଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ଗ୍ରାମବାସୀଙ୍କୁ ଖାଇବା ପୂର୍ବରୁ ହାତ ଧୋଇବା, ପାଣିଫୁଟାଇ ପିଇବା, ଘର ସଫା ରଖିବା ନେଇ ସଚେତନ କରାଯାଇଥିଲା। ଏବେ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏନେଇ ଗ୍ରାମବାସୀ ଭୟଭୀତ ହୋଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏନେଇ ଡ.ସୁବ୍ରତ ପ୍ରଧାନ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଘଟଣା ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତଙ୍କ ମଧ୍ୟରୁ କଳ୍ପନା ଓ ବରୁଣ ଗୁରୁତର ଅବସ୍ଥାରେ ଇବ୍‌ଥର୍ମାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଘଟଣା ସଂକ୍ରାନ୍ତରେ ଖବରପାଇ ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ସରପଞ୍ଚ ଚିତ୍ରସେନ ଧୁରୁଆ, ସାମାଜିକକର୍ମୀ ପ୍ରସନ୍ନ ପ୍ରଧାନ ପ୍ରମୁଖ ଗୁରୁବାର ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri